୬ ଶିକାରୀ ଗିରଫ, ହରିଣ ଗୋଡ ଓ ଲାଞ୍ଜ ଜବତ

ତେଲକୋଇ, ୦୫/୦୬: ୬ ଶିକାରୀ ଗିରଫ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ମଧ୍ୟପୁର ଗାଁରୁ ଏହି ଶିକାରୀଙ୍କୁ ଗିରଫ କରାଯାଇଛି ।

ଶିକାରୀମାନେ ହରିଣ ଶିକାର ପାଇଁ ଯୋଜନା କରୁଥିଲେ । ଏହାପୂର୍ବରୁ ମଧ୍ୟ ସେମାନେ କିଛି ଶିକାର କରିଥିଲେ । ତେବେ ବନ ବିଭାଗ ସୂଚନା ପାଇ ସେମାନଙ୍କୁ ଧରିଥିଲା । ଗିରଫ ଶିକାରୀଙ୍କଠାରୁ  ଦୁଇଟି ହରିଣ ଗୋଡ ସହ ହରିଣ ଲାଞ୍ଜ ଓ ଶିକାରରେ ବ୍ୟବହୃତ ସରଞ୍ଜାମ ଜବତ କରାଯାଇଛି ।

Spread the love