ସୁଧୁରୁଛି ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା

ମୁମ୍ବାଇ ୦୭/ ୦୬ : ବଲିଉଡର ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ତାଙ୍କର ଫୁସଫୁସରେ ପାଣି ଜମିଯାଇଛି । ଡାକ୍ତର ଲଗାତାର ଭାବେ ଦିଲ୍ଲୀପଙ୍କ ଉପରେ ନଜର ରଖିଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସୂଚନା ଦେଇଛନ୍ତି ।

ଅଭିନେତା ଦିଲ୍ଲୀପ କୁମାରଙ୍କୁ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଛି । ରବିବାର ସକାଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହିନ୍ଦୁୁଜା ହସ୍ପିଟାଲର ବରିଷ୍ଠ ଡାକ୍ତର ନିତିନ ଗୋଖଲେ ଏବଂ ଜଲୀତ ପାରକରଙ୍କ ନେତୃତ୍ବରେ ଚାଲିଛି ଚିକିତ୍ସା । ବାଇଲେଟରାଲ ପ୍ଲ୍ୟୁରାଲ ଇଫ୍ୟୁଜନ କାରଣରୁ ଦିଲ୍ଲୀପ କୁମାରଙ୍କୁ ଆଇସିୟୁରେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଛି ।

ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପଙ୍କ ଆଡମିଟ୍ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସାଇରା ବାନୁ କହିଛନ୍ତି ଯେ ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବଂ ଏହି କାରଣରୁ ତାଙ୍କୁ ରବିବାର ସକାଳ ୮.୩୦ସମୟରେ ଖାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Spread the love