ଭୁବନରେ ନିର୍ମାଣ ହେବ ସଂସ୍କୃତି ଭବନ, ଭୂମି ପୂଜନ କଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନ ୯।୬: କଳା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ଭୁବନ ମାଟିର ସ୍ବତନ୍ତ୍ର ପରିଚୟ ରହିଛି । ଏହି ମାଟିରେ ଜନ୍ମହୋଇ ବହୁ କଳାକାର ପାଲା, ଯାତ୍ରା, ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତରେ କାମ କରି ଭୁବନକୁ ଗୌରବାନ୍ବିତ କରିଛନ୍ତି । ତେବେ ଏହି ମାଟିରେ କଳାର ଉନ୍ନତି ଆଣିବା ଓ ନୂତନ କଳାକାର ସୃଷ୍ଟି ପାଇଁ ବିଧାୟକ ତଥା ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସଂସ୍କୃତି ଭବନ ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ।
ତାଙ୍କ ଆଞ୍ଚଳିକ ବିକାଶ ପାଣ୍ଠିରୁ ୧୭ ଲକ୍ଷ ଟଙ୍କା ବ୍ୟୟରେ ସଂସ୍କୃତି ଭବନ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ କଳାକାର, ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଛନ୍ତି ।

Spread the love