କ୍ୟୁଏସ୍ ୱାଲ୍‌ର୍ଡ ୟୁନିଭରସିଟି ର‌୍ୟାଙ୍କିଂରେ ସୋଆ

ଭୁବନେଶ୍ୱର, ୯/୦୬ : ସୋଆରୁ ବଡ ସଫଳତା। ପୂର୍ବ ଭାରତର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିକୁ କ୍ୟୁଏସ୍ ରାଙ୍କିଂ-୨୦୨୨ରେ ସ୍ଥାନ ମିଳିଛି । ଭାରତର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ସୋଆକୁ ସ୍ଥାନ ମିଳିଛି । ସୋଆ ଭାରତୀୟ ବିଶ୍ୱ ବିଦ୍ୟାଳୟ ଗୁଡିକ ମଧ୍ୟରେ ୨୧ ତମ ସ୍ଥାନରେ ରହିଛି । ଏହି ରାଙ୍କିଂରେ ଆଇଆଇଟି ବମ୍ବେ ରାଙ୍କିଂରେ ଟପ୍ପର ହୋଇଛି ।ଏହି ରାଙ୍କିଂ ସହ ସୋଆ ଅନେକ ବଡବଡ ଶିକ୍ଷାନୁଷ୍ଠାନକୁ ପଛରେ ପକାଇଦେଇଛି । ସୋଆ ଆଇଆଇଟି ଗୁଡିକ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

କ୍ୟୁଏସ ରାଙ୍କିଂରେ ଭାରତର ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଆଇଟି ବମ୍ବେ ପ୍ରଥମ ସ୍ଥାନରେ ରହିଛି । କ୍ୟୁଏସ ରାଙ୍କିଂରେ ଆଇଆଇଟି ବମ୍ବେର ସ୍ଥାନ ସାରା ବିଶ୍ୱରେ ୧୭୭ ଅଟେ। ସେହିପରି ଅନ୍ୟ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଆଇଆଇଏସ, ବେଙ୍ଗାଲୁରୁ, ଆଇଆଇଟି ମାଦ୍ରାସ, ଆଇଆଇଟି କାନପୁର, ଆଇଆଇଟି ଖଡଗପୁର, ଆଇଆଇଟି ଗୌହ୍ୱାଟି, ଆଇଆଇଟି ରୁର୍‌କି ଆଦି ରହିଛି । ତେବେ ଓଡିଶାରୁ ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଏଥିରେ ସାମିଲ ହୋଇଛି। ମୋଟ୍ ୧୩୦୦ ବିଶ୍ୱବିଦ୍ୟାଳୟକୁ ନେଇ ଏହି ରାଙ୍କିଂ ପ୍ରକାଶ ପାଇଛି । କେବଳ ଆମେରିକାର ହିଁ ୧୭୭ଟି ବିଶ୍ୱ ବିଦ୍ୟାଳୟ ଏହି ରାଙ୍କିଂରେ ରହିଛନ୍ତି। ଆମେରିକାର ନୂତନ ଭାବେ ୧୯ଟି ବିଶ୍ୱବିଦ୍ୟାଳୟଙ୍କୁ ଏଥିରେ ସ୍ଥାନ ମିଳିଛି। କାନାଡାରୁ ୨୮ଟି ବିଶ୍ୱବିଦ୍ୟାଳୟ ଏଥିରେ ରହିଥିବା ବେଳେ କାନାଡର ୟୁନିଭର୍ସିଟି ଅଫ୍ ଟରୋଣ୍ଟୋ ୨୬ତମ ସ୍ଥାନରେ ରହିଛି। ଏହି ରାଙ୍କିଂ ଶିକ୍ଷାଗତ ଗୁଣବତ୍ତା, କର୍ମଚାରୀ, ଖ୍ୟାତି, ଅଧ୍ୟାପକ-ଛାତ୍ର ହାର, ଅନ୍ତର୍ଜାତୀୟ ଛାତ୍ରଙ୍କ ପ୍ରତିଶତକୁ ନେଇ ବିଚାର କରାଯାଏ ।

Spread the love