କରୋନା କଟକଣାକୁ ଫୁ, ସାବିତ୍ରୀ ପାଇଁ ବଜାରରେ ଭିଡ

ଭଦ୍ରକ ୯।୬: ସାବିତ୍ରୀ ପାଇଁ କୋଭିଡ୍ କଟକଣାକୁ ଫୁ । ସାବିତ୍ରୀ ବ୍ରତ ପାଇଁ ଭଦ୍ରକର ବିଭିନ୍ନ ସ୍ଥାନରେ ନାହିଁ ନଥିବା ଭିଡ । ଭଦ୍ରକ ସହରର କଚେରୀ ବଜାର, ଅପର୍ତ୍ତିବିନ୍ଧା ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, ବନ୍ତ ଛକଠାରୁ ରାନ୍ଦିଆ ପର୍ଯ୍ୟନ୍ତ ରାସ୍ତାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ସମସ୍ତେ ଉପସ୍ଥିତ ଥିଲେ ବି ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ।
ଭଦ୍ରକରେ ସଂକ୍ରମଣର ସଂଖ୍ୟା ବଢିବାରେ ଲାଗିଥିବା ବେଳେ କରୋନା ମହାମାରୀ କଥା ଭୁଲିଗଲେ ଭଦ୍ରକ ବାସିନ୍ଦା । ସାବିତ୍ରୀ ବ୍ରତ ପାଇଁ ଲୋକେ ନା ସାମାଜିକ ଦୂରତା, ନା ମାସ୍କ ସବୁକୁ ପଛରେ ପକାଇ ଭଦ୍ରକ ବାସିନ୍ଦା ସାବିତ୍ରୀ ପାଳିବା ପାଇଁ ଆଗଭର । ସଂକ୍ରମଣ ଯେ ଏବେ ଲୋକଙ୍କ ଜୀବନ ନେଉଛି ତାହା ଭୁଲି ଗଲେ ଲୋକମାନେ । ଭଦ୍ରକ ସହର ସମେତ ଧାମନଗର, ଭଣ୍ଡାରିପୋଖରୀ, ତିହିଡି ବଜାରରେ ମଧ୍ୟ ଲୋକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଥିଲା । ଏଠାରେ ପ୍ରଶାସନ ଓ ପୋଲିସ କେବଳ ନୀରବଦ୍ରଷ୍ଟା ସାଜିଛନ୍ତି ।

Spread the love