ସରକାରୀ କର୍ମଚାରୀଙ୍କୁ ଜୁଲାଇରେ ମିଳିବ ମହଙ୍ଗା ଭତ୍ତା !

ନୂଆଦିଲ୍ଲୀ ୯।୬: କରୋନା ଭାଇରସ ମହାମାରୀ ଭାରତରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସମସ୍ତଙ୍କୁ ପ୍ରଭାବିତ କରିଛି। ଭୂତାଣୁ ପ୍ରକୋପ ଯୋଗୁ ବିଭିନ୍ନ ରାଜ୍ୟରେ ସରକାରମାନେ ଲକଡାଉନ ଜାରି କରିଛନ୍ତି। ତେବେ ଭୂତାଣୁ ପ୍ରକୋପ ଏବେ ହ୍ରାସ ହେବା ସହ ଲୋକେ ଧିରେ ଧିରେ ଆଶ୍ୱସ୍ତ ହେଲେଣି। ଏଥିରେ କେନ୍ଦ୍ର ସରକାରଙ୍କ ସୂତ୍ରରୁ ଏକ ଆଶ୍ୱସ୍ତିକର ଖବର ଆସୁଛି। ଯେଉଁଥିରେ ସରକାର ଆଗାମୀ ଜୁଲାଇ ମାସରେ କର୍ମଚାରୀଙ୍କ ଲାଗି ମହଙ୍ଗାଭତ୍ତା ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

କର୍ମଚାରୀଙ୍କ ବେତନରେ ମହଙ୍ଗା ଭତ୍ତା ବୃଦ୍ଧି ସହ ଅନ୍ୟ ଆଲାଉନ୍ସ ମଧ୍ୟ ବଢିବ। ଯାହାର ସିଧା ଲାଭ କର୍ମଚାରୀ ପାଇବେ। ଏହା ଛଡା କର୍ମଚାରୀ ସେମାନଙ୍କ ଭବିଷ୍ୟନିଧି ଓ ଗ୍ରାଚ୍ୟୁଟିରେ ମଧ୍ୟ ଲାଭବାନ ହେବେ। ତେବେ ସରକାର କର୍ମଚାରୀଙ୍କ ଲାଗି କେତେ ପ୍ରତିଶତ ଭତ୍ତା ବୃଦ୍ଧି କରିବେ ତାର ସ୍ପଷ୍ଟ ସୂଚନା ମିଳି ନାହିଁ। ହୁଏତ ଏଥିରେ ସର୍ବାଧିକ ୧୭ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି। ଯଦି ଏହି ହାରରେ ଭତ୍ତା ବୃଦ୍ଧି ହୁଏ କର୍ମଚାରୀଙ୍କ ମୋଟ ଡିଏ ୨୮ ପ୍ରତିଶତକୁ ବଢିବ।

କେବଳ କର୍ମଚରୀ ନୁହନ୍ତି ସରକାରଙ୍କ ଏହି ଘୋଷଣାର ଲାଭ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ। ସେମାନଙ୍କ ପେନସନରେ ଡିୟରନେସ୍‌ ରିଲିଫ ବଢିବ। ପେନସନର ଡିଆରରେ ମଧ୍ୟ ସେତିକି ପ୍ରତିଶତ ବୃଦ୍ଧି ପାଇବେ ଯେତିକି କର୍ମଚାରୀଙ୍କ ମହଙ୍ଗାଭତ୍ତା ବଢିବ।

Spread the love