ବ୍ରେକଫାଷ୍ଟରେ ଏହି ଖାଦ୍ୟ ପାଇଁ ବଢ଼ିପାରେ ଆପଣଙ୍କ ଶରୀରରେ ଚର୍ବି, ଜାଣନ୍ତୁ
ଫିଟନେସ ପାଇଁ ଆଜିକାଲି ସମସ୍ତେ ଚିନ୍ତିତ । କିନ୍ତୁ ଏଥିପାଇଁ ଏକ ଉତ୍ତମ ଡାଏଟ ଚାଟ ଆବଶ୍ୟକ । ଯାହାକୁ ମାନିଲେ ଆପଣ ଫିଟନେସ ପାଇ ପାରିବେ । ରିପୋର୍ଟ ଅନୁଯାୟୀ, ଶରୀରରେ ଚର୍ବି ବଢ଼ିବା କାରଣରୁ ଅନେକ ରୋଗର ଶିକାର ହେବାକୁ ପଡିଥାଏ । ଏଥିାପାଇଁ ଆପଣଙ୍କୁ ନିଜ ବେଲି ଫ୍ୟାଟ ବା ପେଟର ଚର୍ବି ଅଂଶକୁ କମ କରିବା ଜରୁରୀ । ଏହାସହ ଫିଟ ରହିବା ନିତ୍ୟାନ୍ତ ଆବଶ୍ୟକ ।
– କେକ ଓ କୁକିଜ ଆଦି ପାଟିକୁ ସ୍ୱାଦ ଲାଗିଥାଏ । କିନ୍ତୁ ଖାଲି ପେଟରେ ଏହାକୁ ସକାଳେ ଖାଇବା ଦ୍ୱାରା ଏହା ଆମ ଶରୀରରେ ଚର୍ବି ବଢ଼ାଇବାରେ ସାହାଯ୍ୟ କରେ ।
– ନୁଡଲ୍ସ ଖାଇବା ସମସ୍ତଙ୍କ ପସନ୍ଦ । କିନ୍ତୁ ଏହା ହେଲ୍ଦିି ବେକ୍ରଫାଷ୍ଟ ଭିତରେ ନଥିବାରୁ ଏହାକୁ ସକାଳେ ଖାଇବା ଅନୁଚିତ ।
– ଫ୍ରୁଟ ଜୁସ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ମାତ୍ର ଖାଲି ପେଟରେ ଏହାର ସେବନ ଶରୀର ପାଇଁ ଠିକ ନୁହେଁ ।ଏଥିରେ ସୁଗାର ପରିମାଣ ଅଧିକ ଥାଏ । ଖାସ କରି ବଜାରରେ ବିକ୍ରି ହେଉଥିବା ଜୁସକୁ ପିଇବା ଦ୍ୱାରା ଏହା ଶରୀରରେ ଖରାପ ପ୍ରଭାବ ପକାଇଥାଏ । ।
– ପକୋଡି ଭଳି ତୈଳ ଖାଦ୍ୟ ସକାଳୁ ଖାଲି ପେଟରେ ଖାଇବା ଅନୁଚିତ । କାରଣ ଖାଲି ପେଟରେ ଏହି ତେଲ ଖାଦ୍ୟର ସେବନ ଦ୍ୱାରା ଶରୀରରେ କୋଲେଷ୍ଟରଲର ମାତ୍ରା ବଢ଼ିଥାଏ । ଶରୀରରେ ଚର୍ବି ବଢ଼ାଇବାରେ ଏହା ସାହାଯ୍ୟ କରିଥାଏ ।