ଆମ୍ବ ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ ଭୋଗିବାକୁ ପଡ଼ିବ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା

ଖରାଦିନେ ବଜାରରେ ଆମ୍ବ ବହୁତ ବିକ୍ରି ହୋଇଥାଏ। ଆମ୍ବ ଖାଇବାକୁ ବି ସମସ୍ତେ ପସନ୍ଦ କରିଥାନ୍ତି। ଏହା ସ୍ଵାଦରେ ଯେମିତି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଅନେକ ଲୋକ ଭୋଜନ କଲା ବେଳେ ଆମ୍ବ ସେବନ କରିଥାନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ, ଆମ୍ବ ଖାଇବା ପରେ କେଉଁ କେଉଁ ଜିନିଷ ଭୁଲରେ ବି ଖାଇବା ଉଚିତ ନୁହେଁ, ଯଦ୍ଦ୍ୱାରା କି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିପାରେ।

୧. ପାଣି: ଆମ୍ବ ଖାଇବାର ତୁରନ୍ତ ପରେ ପାଣି ପିଅନ୍ତୁ ନାହିଁ। ଏହାଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ, ଏସିଡିଟି ଆଦି ସମସ୍ୟା ଦେଖା ଦେଇପାରେ।

୨. କଲରା: ଆମ୍ବ ଖାଇବା ପରେ କେବେ ବି କଲରା ସେବନ କରିବା ଉଚିତ ନୁହେଁ। ନଚେତ ଆପଣଙ୍କୁ ଅବୟ, ବାନ୍ତି, ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇପାରେ।

୩. ମସଲାଯୁକ୍ତ ଖାଦ୍ୟ: ଆମ୍ବ ସେବନ ପରେ କେବେ ବି ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ସ୍କିନ ଉପରେ ଖରାପ ପ୍ରଭାବ ପଡ଼ିପାରେ।

୪. କୋଲ୍ଡ ଡ୍ରିଂକ୍ସ: ଆମ୍ବରେ ମିଠାର ମାତ୍ରା ବହୁତ ଅଧିକ ରହିଥାଏ। ଯଦି ଆପଣ ଆମ୍ବ ଖାଇବା ପରେ କୋଲ୍ଡ ଡ୍ରିଂକ୍ସ ପିଇବେ, ତ ଆପଣଙ୍କ ସୁଗାର ଲେବଲ ବଢି ଯାଇପାରେ।

Spread the love