ଯବାନଙ୍କ ଗୁଳିରେ ଟପ୍ ମାଓନେତା ନିହତ
ବରଗଡ, ୧୧/୦୬: ବରଗଡ଼ ପୋଲିସକୁ ମିଳିଲା ବଡ଼ ଧରଣର ସଫଳତା । ବରଗଡ଼ ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ବରଗଡ ଜିଲ୍ଲା ଘେଁସ ବନଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ରହିଥିବା ସୂଚନା ପାଇଥିଲା ପୋଲିସ । ଗୁରୁବାର ରାତିରେ ପୋଲିସ ଡିଭିଏଫ ଏବଂ ଏସଓଜି ଯବାନଙ୍କ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହି ମିଳିତ ଅପରେସନରେ ଯବାନଙ୍କୁ ବଡ ସଫଳତା ମିଳିଥିବା ସୂଚନା ମିଳିଛି।
ଗୁଳି ବିନିମୟରେ ଜଣେ କମାଣ୍ଡର ସ୍ତରୀୟ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ମାଓବାଦୀ ବ୍ୟବହାର କରୁଥିବା ଏକେ୪୭ ରାଇଫଲ୍ ମଧ୍ୟ ଜବତ କରାଯାଇଛି । ଜଙ୍ଗଲରୁ ଅପରେସନ ଟିମ୍ ନିହତ ମାଓବାଦୀଙ୍କ ମୃତଦେହ ନେଇ ଏଯାଏଁ ଫେରିନଥିବା ଜଣାପଡିଛି ।