‘ପରିସ୍ଥିତି ଅନୁକୂଳ ହେଲେ ଅନଲକ୍ ହେବ, ସଚେତନ ନହେଲେ ବେଶି ବିପଦ’- ଡିଏମଇଟି

ଭୁବନେଶ୍ୱର, ୧୧/୦୬: ରାଜ୍ୟରେ ନିରନ୍ତର ଭାବେ ଦୈନିକ ସଂକ୍ରମଣ ଖସୁଛି।ଅନ୍ୟ ରାଜ୍ୟରେ ବି ସମାନ ଭାବେ  ଖସୁଛି। ପୁର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା ବୋଲି ଏବେ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ଡିଏମଇଟି କହିଛନ୍ତି ଯେ, ପୂର୍ବରୁ ଅଧିକ ରୋଗୀ ଆଇସିୟୁରେ ଥିଲେ। ଏବେ ଦୈନିକ ସଂକ୍ରମଣ କମିଛି । ମୃତ୍ୟୁ ସଂଖ୍ୟା ବି ଆଗକୁ କମିବ। ସଂଖ୍ୟ କମିବା ଭାବି ଲୋକ ସଚେତନ ନହେଲେ ବିପଦକୁ ଟାଣି ହେବା କଥା ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକଡାଉନ ଅଧିକ ଦିନ ହେଲେ ଗରିବ ଲୋକ, ବୁଲା ବେପାରୀ ଆଦି ବହୁ ସମସ୍ୟାର ସମ୍ମୁଖୀନ ହେବେ। ଅନଲକ୍ ପ୍ରକ୍ରିୟା ଭବିଷ୍ୟତରେ ହେବ। ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯାଉଛି। ପରିସ୍ଥିତି ଅନୁକୂଳ ହେଲେ ଅନଲକ୍ ହେବ ବୋଲି ସେ କହିଛନ୍ତି ।

Spread the love