କଦଳୀ କେବଳ ଓଜନ ବଢ଼ାଏନି, କମାଇବି ଥାଏ; ଜାଣନ୍ତୁ ଖାଇବାର ସଠିକ୍ ଶୈଳୀ

କଦଳୀ ଏକ ଏମିତି ଫଳ ଯାହାକୁ ଆପଣ ଉଭୟ ଓଜନ ବଢ଼ାଇବା ଓ କମାଇବା ପାଇଁ ଖାଇପାରିବେ। କିନ୍ତୁ ଏ ବିଷୟରେ ଖୁବ କମ୍ ଲୋକ ହିଁ ଜାଣନ୍ତି। ସାଧାରଣତଃ ଲୋକଙ୍କ ମନରେ ଧାରଣା ଅଛି ଯେ କଦଳୀ ଖାଇଲେ ଓଜନ ବଢେ। ମାତ୍ର ଏହା ଭୁଲ। ଠିକ ଉପାୟରେ କଦଳୀ ଖାଇଲେ ଆପଣଙ୍କ ଓଜନ କମିବ ମଧ୍ୟ। ଆସନ୍ତୁ ଜାଣିବା କେମିତି…
ଓଜନ କମାଇବା ପାଇଁ ପୂରା ପାଚି ନଥିବା କଦଳୀ ଖାଆନ୍ତୁ। ସମ୍ପୂର୍ଣ୍ଣ ପାଚି ନଥିବାରୁ ଏଥିରେ ଶର୍କରା କମ୍ ରହିଥାଏ, ଯାହା ଓଜନ ବଢାଏନି ବରଂ କମାଇଥାଏ। ତେବେ ଧ୍ୟାନ ରଖିବେ ଆପଣ ଖାଉଥିବା କଦଳୀ ଯେଭଳି ପୂରା କଞ୍ଚା ନଥିବ କି ପୂରା ପାଚି ନଥିବ। ଆପଣ ଏହି କଦଳୀକୁ କର୍ଣ୍ଣଫ୍ଲେକ୍ସ ସହ କିମ୍ବା ସ୍ମୁଦି ବନାଇ ଖାଇପାରିବେ।

ଅନ୍ୟପଟେ ଓଜନ ବଢ଼ାଇବାକୁ ଚାହୁଁଥିଲେ ପାଚିଥିବା ମଧ୍ୟମ ଆକାରର କଦଳୀ ହିଁ ସବୁଠୁ ଭଲ। ଏଥିରେ ପ୍ରଚୁର କାର୍ବୋହାଇଡ୍ରେଟ ଓ କ୍ୟାଲୋରୀ ଥାଏ। ଯାହା ଆପଣଙ୍କ ଓଜନ ବଢ଼ାଇବା ସହ କାମ କରିବାକୁ ଶକ୍ତି ମଧ୍ୟ ଯୋଗାଇବ।

Spread the love