ଗୀତ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କରି ଚର୍ଚ୍ଚାରେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ

କଟକ: କରୋନା ଦ୍ୱିତୀୟ ଲହରୀ ଅଧିକ ସଂକ୍ରାମକ ଓ ମାରାତ୍ମକ । ଅଧିକ ଜନ ସଚେତନତା ପାଇଁ ଓଡିଶା  ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କ୍ରୁତି ବିଭାଗ ତରଫରୁ କରୋନା ସଚେତନତା ଗୀତ ଗୁଡିକରେ ସଂଗୀତ ନିର୍ଦେଶନା ଦେବା ସଂଗେ ସଂଗେ ଗୀତ ପ୍ରସ୍ତୁତିରେ ସହଯୋଗ ର ହାତ ବଢେଇ ଚର୍ଚ୍ଚାରେ ବରିଷ୍ଠ ଆଗଧାଡିର ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ । ରାଜ୍ୟ କଳା ପ୍ରକଳ୍ପ ନିର୍ଦେଶକ ବାସୁଦେବ ମାଳବିଶୋଇ ଙ୍କ ତତ୍ତ୍ୱାବଧାନରେ ଅନେକ ଗୁଡିଏ କରୋନା ସଚେତନତା ସଂଗୀତ ପ୍ରସ୍ତୁତ କରାଯାଇଛି । ଗୀତ ଗୁଡିକୁ  ରଂଜନ କୁମାର ଦାସ , ବାସୁଦେବ ମାଳବିଶୋଇ ଓ ଅବନୀ ମିଶ୍ର ରଚନା କରିଥିବା ବେଳେ ସତ୍ୟଜିତ୍ ଓ ସ୍ମ୍ରୁତିମୟୀ କଣ୍ଠଦାନ କରିଛନ୍ତି । “ଆମେ ମାନିବା ଲକ୍ ଡାଉନ” ” କେଉଁ ବେଳାରେ ଆସିଲା ଏହି କରୋନା  ଭୂତାଣୁ “ଓ ” ଆସ କରିବା କରୋନା ଯୁଦ୍ଧ ” ପ୍ରଭ୍ରୁତି ମନୋଛୁଆଁ ଓ ସଚେତନ ଧର୍ମୀ ହୋଇଛି । ଆଗରୁ ଅନେକ ସଚେତନ ଧର୍ମୀ ଓ ସ୍ରୁଜନଶୀଳ ସଂଗୀତ ସ୍ରୁଷ୍ଟି କରିଥିବା ଶ୍ରୀ ପଟ୍ଟନାୟକ ଗତ ଓଡିଶା ଦିବସ ଉପଲକ୍ଷେ ” ସୁନ୍ଦର ମୋ ଓଡିଶା ଭୁଇଁ ” ପ୍ରସ୍ତୁତ କରି ବେଶ୍ ଚର୍ଚ୍ଚାରେ ଥିଲେ ।

ଆଗରୁ ଯାତ୍ରା ନାଟକ ଠାରୁ ଆରମ୍ଭ କରି ଓଡିଆ ଚଳଚ୍ଚିତ୍ର ପର୍ଯ୍ୟନ୍ତ ପ୍ରାୟ ୩୦୦୦ ରୁ ଉର୍ଦ୍ଧ୍ୱ ଗୀତରେ ସଂଗୀତ ନିର୍ଦେଶନା ଦେବାର ଗୌରବ ଅର୍ଜନ କରିବା ସଂଗେ ସଂଗେ କେନ୍ଦ୍ର ସରକାରଂକ ଅଧୀନରେ ଚାକିରୀ କରି ଓଡିଶା ପ୍ରତି ସଂଗୀତ କ୍ଷେତ୍ର ରେ ଅବଦାନ ଦେବାରେ ସେ ଏକ ବିରଳ ବ୍ୟକ୍ତିତ୍ୱ । ଖାଲି ପୂର୍ବ ଓଡିଶାରେ ନୁହେଁ ପଶ୍ଚିମ ଓଡିଶାରେ ବି ସେ ବହୁତ ଲୋକପ୍ରିୟ । ଏହି ବର୍ଷ ଚାକିରୀରୁ ଅବସର ପରେ ସଂଗୀତ କ୍ଷେତ୍ରରେ ସେ ସଂପୁର୍ଣ୍ଣ ନିଜକୁ ନିୟୋଜିତ କରି ସଂଗୀତ ମାଧ୍ୟମରେ ସମାଜ ସେବା ଜାରି ରଖିବେ ବୋଲି ଦ୍ରୁଢ ପରିକର ।
ଏ କରୋନା ସଚେତନତା ସଂଗୀତ ପାଇଁ ସେ  ବାସୁଦେବ ମାଳ ବିଶୋୟୀ , ରାଜ୍ୟ କଳା ପ୍ରକଳ୍ପ ସଂଯୋଜକ ,  ରଂଜନ କୁମାର ଦାସ , ଭା.ପ୍ର.ସେ , ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଓ  ବିଷ୍ଣୁପଦ ସେଠୀ. ଭା.ପ୍ର.ସେ ପ୍ରମୁଖ ଶାସନ ସଚିବ ଓଡିଶା ସରକାରଂକୁ ସାଧୁବାଦ ପ୍ରଦାନ କରିଛନ୍ତି ।

Spread the love