ମାଲକାନଗିରି-ଆନ୍ଧ୍ର ସୀମାରେ ଏନକାଉଣ୍ଟର, ୬ ମାଓବାଦୀ ନିହତ

ମାଲକାନାଗିରି ୧୬/ ୦୬ : ମାଲକାନଗିରି-ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ନକ୍ସଲ ଓ ପୋଲିସ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏଥିରେ ୬ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତକରିଛନ୍ତି ସୁରକ୍ଷାକର୍ମୀ।

ମାମ୍ପା ଥାନା ଅନ୍ତର୍ଗତ ଦିଗଲିମେଟ୍ଟା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ଆନ୍ଧ୍ର ଗ୍ରେହଣ୍ଡ ବାହିନୀର ଯବାନମାନେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ପ୍ରାୟ 3 ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ସେଠାରୁ ବର୍ତ୍ତମାନ ସୁଦ୍ଧା ୬ ଜଣ ନକ୍ସଲଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ବିପୁଳ ପରିମାଣର ମାରଣାସ୍ତ୍ର ଏବଂ ବନ୍ଧୁକ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Spread the love