ଟିକାକୁ ନେଇ ରାଜନୀତି : ପୋଷ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାବେଳେ ନଥିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ
ଜୟପୁର ୨୧।୬: ଆଜିଠାରୁ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ବ୍ୟାପକ ଟିକାକରଣ । ଜିଲ୍ଲାର ସବୁ ସହରାଞ୍ଚଳ ସମେତ ୧୪ଟି ବ୍ଲକର ମୋଟ୍ ୭୪ଟି କେନ୍ଦ୍ରରେ ଆଜିଠାରୁ ଦିଆଯାଉଛି ଟିକା । ତେବେ ଟିକା କେନ୍ଦ୍ର ବାହାରେ ଲାଗିଥିବା ପୋଷ୍ଟରକୁ ନେଇ ଦେଖାଦେଇଛି ବିବାଦ ।
ତେବେ ପୋଷ୍ଟର ଓ ହିତାଧିକାରୀଙ୍କୁ ଦିଆଯାଉଥିବା କୁପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ। ଯାହାକୁ ନେଇ ବିଜେପି ନେତା ଓ କର୍ମୀ ଜୟପୁରରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରାୟ ଘଣ୍ଟାଏ ସମୟ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବିଜେପି ନେତା ଓ କର୍ମୀ ଘେରାଉ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ନାରାବାଜି କରିଥିଲେ।
ସେପଟେ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।