CBSE ଦ୍ୱାଦଶ ଲିଖିତ ପରୀକ୍ଷା

ନୂଆଦିଲ୍ଲୀ, ୨୧।୦୬ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ସୋମବାର ସୁପ୍ରିମ୍‌କୋର୍ଟରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ସତ୍ୟପାଠ ଦାଖଲ କରିଛି । ଏହି ସତ୍ୟପାଠରେ ଅଗଷ୍ଟ ୧୫ ଠାରୁ ସେପ୍ଟେମ୍ୱର ୧୫ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲିଖିତ ପରୀକ୍ଷା ଆୟୋଜନ କରାଯିବା ନେଇ ଦର୍ଶାଯାଇଛି । ଏହା ବିକଳ୍ପ ପରୀକ୍ଷା । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ଚାହିଁଲେ ଏହି ପରୀକ୍ଷା ଦେଇପାରିବେ ।

ପୂର୍ବରୁ ୩୧ ଜୁଲାଇ ଭିତରେ ଦ୍ୱାଦଶ ପରୀକ୍ଷାଫଳ ଜାରି କରାଯାଇଥିବା କ୍ରାଇଟେରିଆ ମଧ୍ୟରେ ବାହାର କରିବାକୁ ସିବିଏସଇ କହିଥିଲା । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ଲିଖିତ ପରୀକ୍ଷା ଦେବା ପରେ ଯେଉଁ ମାର୍କ ପାଇବେ ତାହା ସେମାନଙ୍କର ଫାଇନାଲ୍‌ ମାର୍କ ହେବ ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଛି ।

ବୋର୍ଡ ମୁତାବିକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ୩୦:୩୦:୪୦ କ୍ରାଇଟେରିଆକୁ ଆଧାର କରି ନିର୍ଣ୍ଣୟ କରାଯାଉଛି । କିନ୍ତୁ ଯେଉଁମାନେ ଲିଖିତ ପରୀକ୍ଷା ଦେବେ ସେମାନଙ୍କୁ ପରୀକ୍ଷାରେ ରଖିଥିବା ନମ୍ୱରକୁ ଆଧାର କରି ଦିଆଯିବ । ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ଆବେଦନ କରିବାକୁ ପଡ଼ିବ । ଖୁବ୍‌ଶିଘ୍ର ଏନେଇ ଅଧିକ ତଥ୍ୟ ବୋର୍ଡ ପ୍ରଦାନ କରିବ । ଏହାଛଡ଼ା ବୋର୍ଡ ସୁପ୍ରିମ୍‌କୋର୍ଟକୁ ଏକ କମିଟି ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଆପତ୍ତିର ସମାଧାନ କରିବେ ବୋଲି ଏହି ସତ୍ୟପାଠରେ କହିଛି ।

Spread the love