ଦୁଷ୍କର୍ମ ପାଇଁ ମହିଳାଙ୍କ ପୋଷାକ ଦାୟୀ: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନର ୱଜିର-ଏ-ଆଜମ ଇମ୍ରାନ ଖାନ ପୁଣି ଥରେ ନିଜ ବୟାନ ପାଇଁ ବିବାଦ ଘେରକୁ ଆସିଛନ୍ତି । ପାକିସ୍ତାନରେ ବଢୁଥିବା ଦୁଷ୍କର୍ମ ମାମଲା ପାଇଁ ଇମ୍ରାନ ମହିଳାଙ୍କ ପୋଷାକ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ଏପରିକି ଦୁଷ୍କର୍ମ ପାଇଁ ସେ ମହିଳାଙ୍କ ପୋଷାକକୁ ଦାୟୀ କରିଛନ୍ତି।

ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଇମ୍ରାନ କହିଛନ୍ତି ଯେ, ଯଦି ଜଣେ ମହିଳା ଛୋଟିଆ ପୋଷାକ ପିନ୍ଧୁଛନ୍ତି, ତେବେ ଏହା ନିଶ୍ଚିତ ଭାବରେ ପୁରୁଷମାନଙ୍କୁ ପ୍ରଭାବିତ କରିବ । କାରଣ ପୁରୁଷ ମାନେ ରୋବଟ୍ ନୁହଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ସାଧାରଣ  କଥା । ମହିଳାମାନେ ଏହାକୁ ବୁଝିବା ଉଚିତ୍।

ମହିଳାଙ୍କ ପୋଷାକକୁ ନେଇ ଇମ୍ରାନ ଖାନଙ୍କ ଏଭଳି ଟିପ୍ପଣୀ ଲାଗି ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। ପାକିସ୍ତାନର ହିଜବେ ନେତାଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଲୋକମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦକ୍ଷିଣ ଏସିଆର ଆନ୍ତର୍ଜାତୀୟ ନ୍ୟାୟ ଆୟୋଗର ଆଇନ ପରାମର୍ଶଦାତା ରିମା ଓମାର ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି ।

Spread the love