କରୋନା ସଂକ୍ରମଣ ଦୃଷ୍ଟିରୁ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର: ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ। ବର୍ତ୍ତମାନ କରୋନା ସଂକ୍ରମଣ ଦୃଷ୍ଟିରୁ ବିଳମ୍ବ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତ କାର୍ଯ୍ୟକାଳ ସରୁଛି।ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ସାରିବାକୁ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ତେବେ ଏଥିପାଇଁ କିଛି ସମୟ ଲାଗିବ ବୋଲି ରାଜ୍ୟ ନିର୍ବାଚନ କମିସନ ସଚିବ କହିଛନ୍ତି।

Spread the love