ଆଇସକ୍ରିମ୍‌ ଷ୍ଟିକରେ ଜଗନ୍ନାଥଙ୍କ ଗଜାନନ ବେଶ

ପୁରୀ,  ଚଳିତ ବର୍ଷ ବିନା ଭକ୍ତରେ ହେବ ସ୍ନାନଯାତ୍ରା । ଏଥିପାଇଁ ଯୁବଶିଳ୍ପୀ ବିଶ୍ୱଜିତ ନାୟକ ୩୦ ଇଞ୍ଚ ଉଚ୍ଚ ଓ ୨୬ ଇଞ୍ଚ ପ୍ରସ୍ଥ ମାପର ଜଗନ୍ନାଥଙ୍କ ଗଜାନନ ବେଶର କ୍ଷୁଦ୍ର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।୧୪୭୫ଟି ଆଇସକ୍ରିମ୍‌ ଷ୍ଟିକ୍‌ ବ୍ୟବହାର କରି ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହାକୁ ସଂପୂର୍ଣ୍ଣ ରୂପ ଦେବାକୁ ତାଙ୍କୁ ୧୫ ଦିନ ଲାଗିଥିଲା । କରୋନା ପାଇଁ ଭକ୍ତଙ୍କୁ ସ୍ନାନଯାତ୍ର ଦର୍ଶନ କଟକଣା ଥିବାରୁ ଏହି ଆଇସକ୍ରିମ୍‌ ପ୍ରତିମୂର୍ତ୍ତିକୁ ସେ ଭକ୍ତଙ୍କ ପାଇଁ ସମର୍ପିତ କରିଛନ୍ତି ।

Spread the love