୨ କେଜି ୧୨ ଗ୍ରାମ୍ ବ୍ରାଉନସୁଗାର ଜବତ

ଭୁବନେଶ୍ବର, ବାଲେଶ୍ବର ବସ୍ତା ଅଞ୍ଚଳରୁ ଜଣେ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଏ ନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେଲା ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧଳାଜହର କାରବାରର ଚେର ବ୍ୟାପକ ଭାବେ ଲମ୍ବିବାରେ ଲାଗିଛି ।  ବିଭିନ୍ନ ସମୟରେ ବ୍ରାଉନସୁଗାର ବେପାରୀମାନେ ଧରାପଡିବା ପରେ ମଧ୍ୟ ଧଳାଜହର କାରବାର କମିବାରେ ନାଁ ନେଉନାହିଁ । ଦିନକୁ ଦିନ ବ୍ରାଉନସୁଗାର ବେପାର ବୃଦ୍ଧି ପାଇବାରେ ଲାଗିଛି ।  ପୁଣି କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ପଡିଛନ୍ତି ଜଣେ ବ୍ରାଉନସୁଗାର ବେପାରୀ ।  ବାଲେଶ୍ବର ବସ୍ତା ଅଞ୍ଚଳରୁ ବେପାରୀଙ୍କୁ ଗିରଫ କରିବା ସହ ୨ କେ.ଜି. ୧୨ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ।  ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

Spread the love