ଗତ ୨୪ ଘଣ୍ଟାରେ ୩୫୫୪ କରୋନା ପଜିଟିଭ୍

ଭୁବନେଶ୍ୱର ୨୬।୦୬ : ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୭୦୬୨ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୨୮ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୫୨୬ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୩ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭୧ଜଣ, ବରଗଡ଼ ଜିଲ୍ଲାରୁ ୩୧ଜଣ, ଭଦ୍ରକ ଜିଲ୍ଲାରୁ ୧୫୮, ବଲାଙ୍ଗୀର ଜିଲ୍ଲାରୁ ୩୧ଜଣ, ବୌଦ୍ଧ ଜିଲ୍ଲାରୁ ୩୩ଜଣ, କଟକ ଜିଲ୍ଲାରୁ ୫୦୧ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୬ଜଣ, ଗଜପତି ଜିଲ୍ଲାରୁ ୨୪ଜଣ, ଗଞ୍ଜାମ ଜିଲ୍ଲାରୁ ୨୨ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୫ଜଣ, ଯାଜପୁର ଜିଲ୍ଲାରୁ ୨୫୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧ଜଣ, କନ୍ଧମାଳ ଜିଲ୍ଲାରୁ ୩୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୯ଜଣ, କେନ୍ଦୁଝର ଜିଲ୍ଲାରୁ ୬୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୫୧ଜଣ, କୋରାପୁଟ ଜିଲ୍ଲାରୁ ୬୯ଜଣ, ମାଲକାନାଗିରି ଜିଲ୍ଲାରୁ ୬୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୨ଜଣ, ନୟାଗଡ଼ ଜିଲ୍ଲାରୁ ୧୦୦ଜଣ, ନୂଆପଡ଼ା ଜିଲ୍ଲାରୁ ୨୦ଜଣ, ପୁରୀ ଜିଲ୍ଲାରୁ ୨୩୩ଜଣ, ରାୟଗଡ଼ା ଜିଲ୍ଲାରୁ ୬୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୮ଜଣ, ସୋନପୁର ଜିଲ୍ଲାରୁ ୨୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୧ଜଣ, ଷ୍ଟେଟ ପୁଲ୍‌ରୁ ୧୦୦ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୭୦୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୦୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୬୦୧୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୩୪୮୬୦୮୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Spread the love