ରାଜ୍ୟ ସରକାର ତୁରନ୍ତ ସମସ୍ତ ମଣ୍ଡିରୁ ଧାନ ନଉଠାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ

ଭୁବନେଶ୍ୱର:  ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କପାଖରେ ଧାନ ବିକ୍ରି ନ ହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ୫ ହଜାର ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡିରହିଛି । ଏଥିପାଇଁ ଯେତେ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିଥିଲେ ଟୋକନ ନଦେବା କାରଣରୁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ୱିଂଟାଲ ପିଛା ୧ ହଜାର ଟଙ୍କାରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସ ମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି। ମଣ୍ଡିରେ ପଡିଥିବା ଧାନ ଗଡା ହେବାର ଦୃଶ୍ୟ ପ୍ରତିଦିନ ଗଣମାଧ୍ୟମରେ ପ୍ରସାରଣ କରୁଛି। ଏପରି ଅବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ଆଗରେ ଧାରଣା ଦିଆଯିବା ସହ ତୁରନ୍ତ ବାକି ଥିବା ଧାନକୁ କିଣିବା ପାଇଁ ଦାବି କରାଯାଇଥିଲା । ଜୁନ୍ ୩୦ ତାରିଖ ସୁଦ୍ଧା ଧାନ ସବୁ କିଣାଯିବ ବୋଲି ଯୋଗାଣ ନିଗମର ମ୍ୟାନେଜିଂ ଡାଇରେକ୍ଟର ପ୍ରତଶୃତି ଦେବା ପରେବି ଏଯାବତ୍ ମଣ୍ଡିରୁ ଗୋଟିଏ ବସ୍ତା ଧାନ ଉଠିଲା ନାହିଁ । ପଂଜୀକୃତ ଚାଷୀ ଏବଂ ଅକାମୀ ହୋଇଥିବା ଟୋକନରେ ସମସ୍ତ ଧାନ କିଣିବା ଦାବିରେ ଆଜି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ ଧାନମଣ୍ଡି ଏବଂ ସିଏସଓ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଆଗାମୀ ଦିନରେ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ
ପୁରୋହିତ ଚେତାବନୀ ଦେଇଛନ୍ତି। ଚାଷୀମାନଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଚାଲିଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରିବା, ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅର୍ଥ ଯୋଗାଇବା, ବିଭିନ୍ନ ସାର ଓ ଚାଷ ଉପକରଣରେ ରିହାତି ଦେବାବେଳେ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଓଡିଶାର ଚାଷୀକୂଳ ଆଜି ହତାଶ ହୋଇଛି । ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ରାଜ୍ୟରେ ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ୧୫୧ ଦିନର ସମୟ ଅବଧିକୁ ଅଣଦେଖା କରାଯାଇଛି । ପିଏମସି କିମ୍ବା ପିପିସି ସଚିବଙ୍କ ଦ୍ୱାରା ୩୦ ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି। ବିଜେପି ଓଡିଶାର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏ ଆନ୍ଦୋଳନ ଲଢୁଛି । ଅନ୍ୟପଟେ କଂଗ୍ରେସ ରାଜ୍ୟରେ ବିଜେଡିର ବି ଟିମ୍ ଭାବେ କାମ କରୁଛି । ସେମାନେ ନା ଚାଷୀଙ୍କ ପାଇଁ ଲଢୁଛନ୍ତି ନା ପେଟ୍ରୋଲ ଡିଜେଲ ଉପରୁ ଭାଟ୍ କମାଇବା ପାଇଁ ବିଜେଡିକୁ ବିରୋଧ କରୁଛନ୍ତି । ବିଜେଡିର ଢାଲ ସାଜି କଂଗ୍ରେସ ଓଡିଶାରେ କାର୍ଯ୍ୟ କରୁଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ଧାନମଣ୍ଡି ଘେରାଉ ଏବଂ ସିଏସଓ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି ।
ବଲାଙ୍ଗିରରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ଲକ୍ଷ୍ମଣ
ବାଗ୍‌; ସମ୍ବଲପୁରରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ବିଧାୟକ ନାଉରୀ ନାଏକ ଓ ରାଧେଶ୍ୟାମ ବାରିକ; ନୂଆପଡାରେ ସୁବ୍ରତ ଠାକୁର; ବରଗଡରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ସଭାପତି ଇରାସିସ
ଆଚାର୍ଯ୍ୟ, ଅଶ୍ୱିନୀ ଷଡଙ୍ଗୀ; ସୁନ୍ଦରଗଡରେ ବିଧାୟକ ଭବାନୀ ଭୋଇ, କୁସୁମ ଟେଟେ, ରଂଜନ ପଟେଲ; ଦେବଗଡରେ  ବିଧାୟକ ସୁବାଷ ପାଣିଗ୍ରାହୀ, ମୀନକେତନ ପ୍ରଧାନ; ଝାରସୁଗୁଡାରେ ଟଙ୍କଧର ତ୍ରିପାଠୀ, ରାଧାରାଣୀ ପଣ୍ଡା, ମଙ୍ଗଳ ସାହୁ; ରାଉରକେଲାରେ ବିଧାୟକଶଙ୍କର ଓରାମ, ଲତିକା ପଟ୍ଟନାୟକ ଓ ନିହାର ରାୟ; କଳାହାଣ୍ଡିରେ ଶର୍ମିଷ୍ଠା ମେହରେ, ଦେବେନ୍ଦ୍ର ମହାନ୍ତି, ରମେଶ ମାଝୀ; କୋରାପୁଟରେ ସୁମନ୍ତ ପ୍ରଧାନ, ଗୌତମ ସାମନ୍ତରାୟ; କେନ୍ଦୁଝରରେ ରାଧାକାନ୍ତ ମହନ୍ତ, ଜିଲ୍ଲା ସଭାପତି ସବୁଜ ଅଂଶୁମାନ ମହନ୍ତ; ଖୋର୍ଦ୍ଧାରେ ରଶ୍ମୀରଂଜନ ମହାପାତ୍ର, ତାପସ ଜେନା; ସୋନପୁରରେ ପ୍ରମୋଦ ମହାପାତ୍ର, ଉଷା କୁମାର ଦେବୀ; ବୌଦ୍ଧରେ ବିପ୍ର ମହାନ୍ତି; କଟକରେ ଲଲାତେନ୍ଦୁ ବଡୁ, ଶଙ୍କର୍ଷଣ ମହାନ୍ତି; ଭୁବନେଶ୍ୱରରେ ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ; ପୁରୀରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ପ୍ରଧାନ; ଭଦ୍ରକରେ ; ଯାଜପୁରରେ ଚୈତନ୍ୟ ସାମଲ, କେନ୍ଦ୍ରାପଡାରେ କିଶୋର ପଣ୍ଡା, ଜଗତସିଂହପୁରରେ ବିଭୁ ପ୍ରସାଦ ତରାଇ, ସତ୍ୟବ୍ରତ ମହାପାତ୍ର ଓ ସଂପଦ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ଘେରାଉ ଏବଂ ରାସ୍ତାରୋକ କାର୍ଯ୍ୟକ୍ରମ ହୋଇଥିଲା ।

Spread the love