ଭୁବନେଶ୍ୱର ଏକାମ୍ର କାନନକୁ ବନ୍ଦ କଲା ବିଏମସି
ଭୁବନେଶ୍ବର : କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ । ସବୁ ପାର୍କ ବନ୍ଦ ଥିବା ବେଳେ ଭୁବନେଶ୍ୱରରେ ଖୋଲା ରହିଥିଲା ଏକାମ୍ର କାନନ । ପାର୍କ ଭିତରେ ଲୋକମାନେ ମର୍ଣ୍ଣିଂ ଓ୍ଵାକ୍ କରୁଥିଲେ । ଏମିତିକି ଲୋକଙ୍କ ଭିଡ଼ ଜମୁଥିଲା ।
ପରେ ଖବର ପାଇ ବିଏମସି ଓ ପୋଲିସ ପହଞ୍ଚି ଏକାମ୍ର କାନନକୁ ବନ୍ଦ କରିଛି । ସେହିଭଳି ଜିମ ଖାନା ଆପାର୍ଟମେଣ୍ଟର ବ୍ଲକ-ଇ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଭୁବନେଶ୍ୱର ୨୩ ନମ୍ବର ଓ୍ଵାର୍ଡରେ ରହିଛି ଜିମ୍ ଖାନା, ପାମ୍ ହାଇଟ୍ । ଅଧିକ ପଜିଟିଭ ଚିହ୍ନଟ ହେବାପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି ।