ବିରିର ଏହି ୫ ଟି ଲାଭକାରୀ ଗୁଣ ଜାଣନ୍ତୁ…
ବିରି ଡାଲି ପୂର୍ବ ଓ ଦକ୍ଷିଣ ଏସିଆର ଏକ ପ୍ରସିଦ୍ଧ ଖାଦ୍ୟ । ବିଶେଷକରି ଭାରତର ସବୁ ରାଜ୍ୟରେ ଏହି ଡାଲିର ଆଦର ରହିଛି । ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍, ପୋଟାସିୟମ୍, କ୍ୟାଲସିୟମ, ଆଇରନ୍, ନିଆସିନ୍, ଥାଇମାଇନ୍ ଓ ରିବୋଫ୍ଲାବିନ ରହିଛି । ଏଥିରେ ପ୍ରଚୁର ପରିମାଣର ଫାଇବର ସହିତ ଆଇସୋଫ୍ଲାବନ ଓ ଭିଟାମିନ୍ ବି କମ୍ପ୍ଲେକ୍ସ ରହିଛି । ବିରି ଡାଲିରେ ଥିବା ଏହି ସବୁ ଭିଟାମିନ ଶରୀରକୁ ଶକ୍ତି ଦେବା ସହ ଏହା ହଜମ ପ୍ରକ୍ରିୟା ବଢ଼ାଇବା ଓ ଚର୍ମକୁ ସୁସ୍ଥ ରଖିଥାଏ । ଆଜି ଆସନ୍ତୁ ଜାଣିବା ବିରି ଡାଲିର ଏହି ୫ଟି ଲାଭାକାରୀ ଗୁଣ ।
ବିରି ଡାଲି ବା ଉରଡ ଡାଲି ରେ ପ୍ରଚୁର ମାତ୍ରାରେ ପୋଷକତତ୍ତ୍ୱ ରହିଛି । ଏହା ହଜମ ଶକ୍ତି ବୃଦ୍ଧି କରିଥାଏ । ଯଦି ଆପଣ କୋଷ୍ଠ କାଠିନ୍ୟ, ଡାଇରିହା,ମାଂସପେଶୀ ଅସୁବିଧା ଆଦିରୁ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ବିରି ଡାଲିକୁ ସାମିଲ କରନ୍ତୁ । ଖାଲି ସେତିକି ନୁହେଁ ବିରି ଡାଲି ପାଇଲସ୍ ଭଲ କରିବା ସହ ଲିଭର ପାଇଁ ବେଶ ଉପକାରୀ ହୋଇଥାଏ ।
୨. ହାର୍ଟକୁ ସୁରକ୍ଷା ଦେଇଥାଏ :
ବିରି ଡାଲିରେ ଥିବା ପୋଟସିୟମ ଓ ମାଗ୍ନେସିୟମ୍ ହାର୍ଟକୁ ସୁରକ୍ଷା ଦେଇଥାଏ । ଏହା ଆମର କୋଲେଷ୍ଟରାଲକୁ ନିୟନ୍ତ୍ରଣ ରଖିବା ସହ ହାର୍ଟକୁ ସୁରକ୍ଷିତ ରଖିଥାଏ ।
୩. ଗର୍ଭବତୀଙ୍କ ପାଇଁ ଉପାଦେୟ :
ଏଥିରେ ଥିବା ପ୍ରଚୁର ପରିମାଣର ଆଇରନ୍ ଶରୀରରେ ଆର୍ବିସି ସୃଷ୍ଟି କରୁଥିବାରୁ ଗର୍ଭବତୀ ମହିଳାଙ୍କ ପାଇଁ ବେଶ ଉପକାରୀ ହୋଇଥାଏ । ତେଣୁ ଗର୍ଭବତୀ ମହିଳା ତାଙ୍କ ଖାଦ୍ୟରେ ବିରି ଡାଲି ନିଶ୍ଚୟ ରଖନ୍ତୁ ।
୪. ହାଡ୍ ମଜଭୁତ କରିଥାଏ :
ବିରି ଡାଲିରେ ଥିବା ମାଗ୍ନେସିୟମ, ପୋଟାସିୟମ୍, ଅଇରନ୍, ଫସଫରସ ଓ କ୍ୟାଲସିୟମ୍ ଆଦି ଭିଟାମିନ ଓ ମିନେରାଲ୍ସ ହାଡ ପାଇଁ ବେଶ ଉପାଦେୟ ହୋଇଥାଏ । ଯେଉଁମାନେ ଖେଳ କୁଦ୍, ନାଚ ଓ ସାମାଜିକ କାର୍ଯ୍ୟକଳାପରେ ବ୍ୟସ୍ତ ରହୁଛନ୍ତି ସେମାନେ ଖାଦ୍ୟରେ ନିଶ୍ଚୟ ବିରି ଡାଲିକୁ ସାମିଲ କରନ୍ତୁ ।
୫. ଚର୍ମ ଓ ଚୁଟି ପାଇଁ ବେଶ ଉପାଦେୟ :
ଯଦି ଆପଣ ଚମକଦାର ଚର୍ମ ଓ ବାଳ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ବିରି ଡାଲିକୁ ନିଶ୍ଚୟ ସାମିଲ କରନ୍ତୁ । ଏଥିରେ ଥିବା ପ୍ରାକୃତିକ ଆଣ୍ଟିସେପ୍ଟିକ ଗୁଣ ଋପିକୁ ନଷ୍ଟ କରିଥାଏ । ଏହା ମଧ୍ୟ ଚର୍ମରୁ ଅଧିକ ତେଲିଆ ଅଂଶ ସଫା କରି ଚର୍ମର ଉଜ୍ଜ୍ୱଳତା ବଢ଼ାଇଥାଏ ।