ପୁଣି ରାଜଧାନୀରେ ବ୍ରାଉନ୍‌ସୁଗାର ମାଫିଆ, ୨ ଗିରଫ

ଭୁବନେଶ୍ୱର : ପୁଣି ବ୍ରାଉନସୁଗାର ଜବତ । ୨୨୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ବାଲିଅନ୍ତା ପୋଲିସ ସହ କ୍ୟୁଏଟି ଟିମ । ଯାହାର ଆନୁମାନିକ ମୁଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । କେବଳ ବ୍ରାଉନସୁଗାର ନୁହେଁ ଦୁଇଟି ଦାମି ବାଇକ ସହ ୫୦ ହଜାର ଟଙ୍କା ଓ ଚାରୋଟି ମୋବାଇଲ ଜବତ କରାଯାଇଛି । ଲକ୍ଷ୍ମୀସାଗର ଥାନା ଅଧିନ ହଳଦିପଡିଆରେ ରହୁଥିବା ବାଲେଶ୍ବର ଅଞ୍ଚଳର ଶେଖ ଜାମସେଦ ଏହି ବ୍ରାଉନସୁଗାରକୁ ଆଣିଥିଲା । ତାର ସହଯୋଗୀ ବାପି ନାଏକ ସହିତ ମିଶି ବେପାର ଚଳାଇଥିବା ସମୟରେ କମିସନରେଟ ପୋଲିସ ଗ୍ରାହକ ସାଜି ବ୍ରାଉନସୁଗାର କିଣିବାକୁ ଯାଇ ଦୁଇଜଣଙ୍କୁ ମାଡି ବସିଥିଲା । ପୁର୍ବରୁ ଗିରଫ ହୋଇ ଜେଲରେ ଥିବା ଅନେକ ଛୋଟ ଛୋଟ ବ୍ରାଉନସୁଗାର ବେପାରୀଙ୍କ ସହିତ ଅନେକ ଲୁଟେରା ଜେଲରୁ ବାହାରିଛନ୍ତି । ସେମାନଙ୍କ ଉପରେ ନଜର ରଖିଛି କମିସନରେଟ ପୋଲିସ । ଏକାଧିକ ଥର ଅପରାଧ କରି ଜେଲ ଯାଉଥିବା ବ୍ୟକ୍ତିଙ୍କ ଜାମିନ ନାମଞ୍ଜୁର କରିବା ସହିତ ସେମାନଙ୍କ ବିରୁଦ୍ଧରେ ୧୧୦ ଦଫା ଲଗାଇ ଜେଲ ପଠାଉଛି କମିସନରେଟ ପୋଲିସ ।

Spread the love