ପତୀ ଓ ପତ୍ନୀଙ୍କ ସୁସମ୍ପର୍କ କେମେତି ରହିବ ଆସନ୍ତୁ ଜାଣିବା…

ଜଣେ ବିବାହିତା ନାରୀ ପାଇଁ ତାର ସ୍ୱାମୀ ଭଗବାନ ବୋଲି କୁହାଯାଏ । କିନ୍ତୁ କିଛି ସ୍ୱାମୀ ଅଛନ୍ତି ନିଜ ସ୍ତ୍ରୀ ଛୋଟ ଭାବିବା ସହ ତାଙ୍କୁ ସାଙ୍ଗରେ ନେବାକୁ ମଧ୍ୟ ସଂକୋଚ କରନ୍ତି । ତାହାଲେ ଆମେ ଆପଣଙ୍କୁ ଆଜି ସ୍ୱାମୀ ଓ ସ୍ତ୍ରୀ ଭିତରେ କିପରି ନୀବିଡ ସମ୍ପର୍କ ଗଢ଼ି ଉଠୁବ ଜଣାଇବୁ । ଯଦି ସ୍ୱାମୀ ସ୍ତ୍ରୀ କରୁଥିବା କାର୍ଯ୍ୟରେ ସାହାର୍ଯ୍ୟ କରନ୍ତି ତାହାଲେ ସେ କ୍ଷେତ୍ରରେ ସମ୍ପର୍କ ମଜଭୁତ ହୋଇଥାଏ । ଘରେ ପ୍ରତ୍ୟେକ ଦିନ ମହିଳାମାନେ ଯେଉଁ କାର୍ଯ୍ୟ କରନ୍ତି ସେହି କାର୍ଯ୍ୟକୁ ପୁରୁଷମାନେ କେବେ କରିଲେ ପତୀ ଓ ପତ୍ନୀଙ୍କ ଭିତରେ ପ୍ରେମ ସମ୍ପର୍କ ବଢ଼ିଥାଏ । ଆମେ ଗୋଟିଏ କାହାଣୀ ଜଣାଇବୁ ଯେଉଁଥିରେ ପତୀ ଓ ପତ୍ନୀଙ୍କ ସମ୍ପର୍କ ନିଖୁଣଭାବରେ ବର୍ଣ୍ଣନା କରାଯାଇଛି ।
ଶ୍ରୀରାମ, ସୀତା ଓ ଲକ୍ଷ୍ମଣ ବନବାସ ସମୟରେ ଏକ ଛୋଟ ଘର କରି ରହିଥିଲେ । ସେହି ସମୟରେ ସୀତା ସକାଳେ ଉଠିବା ପରେ ପ୍ରଥମ କାର୍ଯ୍ୟ ଥିଲା ଫୁଲ ତୋଳିବା ଓ ସେହି ଫୁଲକୁ ଆଣି ଶ୍ରୀରାମଙ୍କ ଦେହରେ ସଜାଇବା । କାହିଁକି ନାଁ ଶ୍ରୀରାମ ତାଙ୍କ ପାଇଁ କେବଳ ସ୍ୱାମୀ ନଥିଲେ ସେ ଥିଲେ ପରମାତ୍ମାଙ୍କ ରୂପ । ସବୁଦିନ ଭଳି ସୀତା ସକାଳେ ଉଠିବା ପରେ ଏକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କାହିଁକି ନାଁ ପ୍ରତ୍ୟେକ ଦିନ ସେ ଯେଉଁ କାର୍ଯ୍ୟ କରନ୍ତି ତାହାକୁ ଶ୍ରୀରାମ କରୁଥିଲେ । ଶ୍ରୀରାମ ଫୁଲ ତୋଳି ସୀତାଙ୍କ ଭଳି ମାଳ ତିଆରି କରି ସୀତାଙ୍କୁ ପିନ୍ଧାଇଥିଲେ । ଲଜ୍ଜ୍ୟାଶୀଳ ହୋଇ ସୀତା ଶ୍ରୀରାମଙ୍କୁ ପଚାରିଲେ “ଆଜି ଆପଣ ଏହି ପ୍ରକାର କାମ କାହାଁକି କରିଛ? ସେହି କାମ ମୋର” ।
ଶ୍ରୀରାମ କହିଲେ- ସୀତା ତୁମର ମହତ୍ୱ ଯେତିକି ମୋର ମଧ୍ୟ ମହତ୍ୱ ସେତିକି । ପତୀ ଓ ପତ୍ନୀ ନିଜ କାମକୁ ଭାଗକରି ଆବଶ୍ୟକତା ଅନୁସାରେ କରିବା ଉଚିତ । ଏହାର କୌଣସି କାରଣ ନାହିଯେ ଯେଉଁ କାମ ତୁମେ କରିବ ସେହି କାମ ସ୍ୱାମୀ ହେଇ ମୁଁ କରିପାରିବି ନାହିଁ ।
ଘରେ ଏଭଳି ଭାବିବା ଭୁଲଯେ ଏହି କାମକୁ କେବଳ ମହିଳାମାନେ କରିବେ ଓ ଅନ୍ୟ କାମ ପୁରୁଷ କରିବେ । କେବେ କେବେ ଭୂମିକା ବଦଳିବା ଦ୍ୱାରା ବୈବାହିକ ସମ୍ପର୍କରେ ପ୍ରେମ ବଢ଼ିଥାଏ । ଯେଉଁ କାମ ମହିଳା କରନ୍ତି ସେହି କାମକୁ ଯଦି ପୁରୁଷ କେବେ କେବେ କରିଦିଅନ୍ତି ତାହାଲେ ପତୀ ଓ ପତ୍ନୀଙ୍କ ମଧ୍ୟରେ ନୀବିଡ ସମ୍ପର୍କ ଗଢ଼ି ଉଠିଥାଏ ।

Spread the love