ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ ! ଉଦ୍ଧାର ହେଲା ମୃତଦେହ, ମିଳିନି ପରିଚୟ

ସୁନ୍ଦରଗଡ ୪।୭: ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ । ବାଇପାସ୍ ନିକଟରୁ ଉଦ୍ଧାର ହେଲା ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ଷଡଙ୍ଗୀ ପେଟ୍ରୋଲ ପମ୍ପ୍ ବାଇପାସ୍ ନିକଟରେ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଷଡଙ୍ଗୀ ପେଟ୍ରୋଲ ପମ୍ପ୍ ବାଇପାସ୍ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଯୁବକଙ୍କୁ କେହି ହତ୍ୟା କରି ଏଠାରେ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Spread the love