ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ

ମୁମ୍ବାଇ ୦୭।୦୭:  ବଲିଉଡ ପାଇଁ ଏକ ଦୁଃଖଦ  ଖବର । ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର । ଦୀର୍ଘଦିନ ହେବ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ , ହେଲେ ବୁଧବାର ଦିନ ସକାଳ ୭.୩୦ରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ  ହୋଇଥିଲା ।  ଦିଲ୍ଲୀପ କୁମାର ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

୧୯୪୪ ମସିହାପରେ ଜଓ୍ୱାର ଭଟ୍ଟ ଜରିଆରେ ବଲିଉଡ଼ରେ ପାଦ ରଖିଥିଲେ ମହମ୍ମଦ ୟୁସୁଫ ଖାନ୍‌ ଓରଫ ଦିଲ୍ଲୀପ କୁମାର । ଏହାପରେ ଆଉ ଫଛକୁ ଫେରିନଥିଲେ ।

Spread the love