ମାଓ ଅପରେସନ୍, ୨ ଯବାନ ଆହତ ସୂଚନା

ଫୁଲବାଣୀ ୧୦।୭: ବୌଦ୍ଧ-କନ୍ଧମାଳ ସୀମାରେ ମାଓ ଅପରେସନ୍ । ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି । ଜଙ୍ଗଲରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଡାକ୍ତରଙ୍କ ସହ ଦୁଇ ଆହତ ଯବାନଙ୍କୁ ଭୁବନେଶ୍ବରକୁ ଏୟାର ଲିଫ୍ଟ କରାଯାଇଛି ।
ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୧୦୦ରୁ ଅଧିକ ମାଓବାଦୀ ଡେରା ପକାଇଥିଲେ । ମାଓବାଦୀ ଲୁଚିଥିବା ଖବର ପାଇ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ମାଓବାଦୀ ଲୁଚିଥିବା ସୂଚନା ପାଇ ପୂରା ଅଞ୍ଚଳକୁ ସିଲ୍ କରିଥିଲା ପୋଲିସ । ମାଓ ବିରୋଧୀ ଅପରେସନରେ ଗୋଟିଏ ହେଲିକାପ୍ଟର ସାମିଲ ଥିବା କୁହାଯାଉଛି । ସୋନପୁର ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ଏହି ହେଲିକପ୍ଟର ପ୍ରସ୍ତୁତ ଅଛି। ଏହି ଅଞ୍ଚଳରେ କେକେବିଏନ ମାଓ ସଂଗଠନ ସକ୍ରିୟ ରହିଛି । କେକେବିଏନ- କଳାହାଣ୍ଡି-କନ୍ଧମାଳ-ବଲାଙ୍ଗୀର-ନୟାଗଡ ମାଓ ଡିଭିଜନ୍ ।

Spread the love