ରାଜ୍ୟରେ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର ୧୪/ ୭ : ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି । ଅନୁମାନ କରାଯାଉଛି, ଆସନ୍ତା ଦୁଇଦିନ ଦକ୍ଷିଣ ଓଡ଼ିଶାରେ ହିଁ ମୁଖ୍ୟତଃ ବର୍ଷା ହେବ । ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ନାହିଁ । ମାତ୍ର ଅସରାଏ ଲେଖାଏଁ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୧୬ ଓ ୧୭ ତାରିଖରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।

ମଙ୍ଗଳବାର ଦିନ ପୁରୀ ଭିତରେ ୨୫ ମିଲିମିଟର ବର୍ଷା ସମ୍ଭାବନା ଥିବାବେଳେ ତାଳଚେରରେ ୪୦ ମିଲିମିଟର, ମାଲକାନଗିରିରେ ୪୩.୪, ନୟାଗଡ଼ରେ ୩୦, ଦାରିଙ୍ଗିବାଡ଼ିରେ ୧୯, ଚାନ୍ଦବାଲିରେ ୧୨.୭, ଟିଟିଲାଗଡ଼ରେ ୧୪.୪ ମିମି ବର୍ଷା ହୋଇଥିଲା । ଭୁବନେଶ୍ୱର, କଟକ ସମେତ କେତେକ ଜାଗାରେ ବି ବର୍ଷା ହୋଇଛି ।

Spread the love