ଅପରାହ୍ନ ୨ଟା୩୦ରେ କହିବେ ମୁଖ୍ୟ ଶାସନ ସଚିବ

ଆସନ୍ତାକାଲି ସକାଳ ୬ଟାରେ ସରୁଛି ରାଜ୍ୟରେ ଲକଡାଉନ୍ ଅବଧି । ଏହାପୂର୍ବରୁ ଆଜି ଅପରାହ୍ନ ୨ଟା୩୦ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସିଏସ୍ । ଆଂଶିକ ଲକଡାଉନ୍‌ ନେଇ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ରହିବ ଆଜି ହୋଇପାରେ ଘୋଷଣା । ରାଜ୍ୟରେ ଟେଷ୍ଟ ପଜିଟିଭିଟି ହାର ଧିରେ ଧିରେ ୩ ପ୍ରତିଶତ ତଳକୁ ଖସିଛି । ଏଭଳି ସ୍ଥିତିରେ ଆଉ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ୫ ପ୍ରତିଶତ କମ୍‌ ପଜିଟିଭିଟି ରହୁଥିବା ଆଉ କିଛି ଜିଲ୍ଲାକୁ କାଟାଗୋରୀ-aକୁ ନିଆଯାଇପାରେ। ଏ ନେଇ ପ୍ରଶାସନ ସ୍ତରରେ ବିଚାରବିମର୍ଶ ମଧ୍ୟ କରାଯାଇଛି । ସୂତ୍ର ଅନୁସାରେ ନୂଆ ଗାଇଡଲାଇନ୍‌ରେ ୨୩ଟି ଜିଲ୍ଲାକୁ କାଟାଗୋରୀ-ଏ ଓ ୭ଟି ଜିଲ୍ଲାକୁ ବିରେ ରଖାଯାଇପାରେ। ଏଥିସହ କଟକଣା କୋହଳ ସମୟର ଅବଧିକୁ ବଢ଼ାଯିବାର ସମ୍ଭାବନା ଥିବା ଆଲୋଚନା ହେଉଛି।

ସାମଗ୍ରିକ ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କାଟେଗୋରୀ-Bରେ ଥିବା ଜିଲ୍ଲା ମଧ୍ୟରୁ କଟକ, ଖୋର୍ଦ୍ଧା ଓ ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜରେ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। ତେଣୁ ଅନ୍‌ଲକ୍‌ ପ୍ରକ୍ରିୟାକୁ ଗଲାବେଳେ ଏହି ୨ ସହର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇପାରେ।
ଅପରପକ୍ଷେ, କରୋନା କୋପ କମୁଥିବାରୁ ବିଭିନ୍ନ ସ୍ଥାନରେ କଟକଣା ନିୟମରେ କୋହଳ କରାଯାଇଛି। ମାତ୍ର ଏହାର ଦୂରୁପଯୋଗ ହେଉଛି ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିୟମ କଡ଼ାକଡି କରିବାକୁ କହିଛନ୍ତି।

Spread the love