ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ବାଦଶ ଶ୍ରେଣୀ

ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ବାଦଶ ଶ୍ରେଣୀ,ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ଖୋଲିବ। ପ୍ରେସ ମିଟରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ସୂଚନା । କୋଭିଡ଼ କଟକଣା ମଧ୍ୟରେ ଖୋଲାଯିବ ସ୍କୁଲ ଓ କଲେଜ। ସକାଳ ୧୦ଟାରୁ ୧.୩୦ ଯାଏଁ ଚାଲିବ ପାଠପଢା। ଏହ ସମ୍ପୂର୍ଣ୍ଣ ଇଚ୍ଛାଧୀନ, ଛାତ୍ରଛାତ୍ରୀ ଚାହିଁଲେ ଅନଲାଇନରେ କ୍ଲାସ କରିପାରିବେ। ଯେଉଁ ଅଞ୍ଚଳରେ କୋଭିଡ଼ କେସ ବଢିବ ସେଠାରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ ସ୍କୁଲ କଲେଜ ଖୋଲିବ କି ନାହିଁ। ସେହିପରି ନବମ ଶ୍ରେଣୀ ଖୋଲିବ କି ନାହିଁ ତାହାର ନିଷ୍ପତ୍ତି ଅଗଷ୍ଟ ୧୬ ତାରିଖରେ ନିଆଯିବ ବୋଲି ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି। ସେହିପରି ଦଶମ ଫଳାଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନେ ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ଦେଇ ପାରିବେ । ଦଶମ ଫଳାଫଳରେ ଅସନ୍ତୁଷ୍ଟ ଥିବା ୨୨୪୪ ଜଣ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ କୋଭିଡ଼ କଟକଣାକୁ ମାନି ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ରରେ ହେବ ଥର୍ମାଲ ସ୍କାନିଂ । ପ୍ରତ୍ୟେକ ପାରୀକ୍ଷାର୍ଥୀ ଓ ପରୀକ୍ଷା ତଦାରଖ କରୁଥିବା ଅଧିକାରୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ସେହିପରି ପରୀକ୍ଷା ପରିଚାଳନାରେ ଥିବା ସମସ୍ତ ଅଧିକାରୀ ପରୀକ୍ଷା ପୂବର୍ରରୁ କୋଭିଡ଼ ଟେଷ୍ଟ କରିବା ବାଧ୍ୟତାମୂଳକ।

Spread the love