ବିଦ୍ୟୁତ୍‌ ସଂସ୍କାର ଆଣିବେ ମୋଦି ସରକାର

ନୂଆଦିଲ୍ଲୀ : ଏଣିକି ଆଉ ମନଇଚ୍ଛା ବିଦ୍ୟୁତ କାଟିପାରିବେନି କମ୍ପାନି । ଗ୍ରାହକ ଅସନ୍ତୁଷ୍ଟ ହେଲେ ଦେବାକୁ ପଡ଼ିବ କ୍ଷତିପୂରଣ । ଆବଶ୍ୟକ ପଡ଼ିଲେ ଗ୍ରାହାକ ତା’ର ବିଦ୍ୟୁତ କମ୍ପାନି ବାଛି ପାରିବେ । ଠିକ୍‌ ମୋବାଇଲ କମ୍ପାନି ପରି । ବିଦ୍ୟୁତ୍‌ ବ୍ୟବସ୍ଥାରେ ଏମିତି ସଂସ୍କାର ଆଣିବାକୁ ଯାଉଛନ୍ତି ମୋଦି ସରକାର । ଗୋଟିଏ ଅଞ୍ଚଳରେ ବିଭିନ୍ନ ବିଦ୍ୟୁତ ଯୋଗାଣ ସଂସ୍ଥାଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ଦିଆଯିବ ଅନୁମତି । ଠିକ୍‌ ଯେପରି ମୋବାଇଲ ଗ୍ରାହକ ବାଛୁଛନ୍ତି ତାଙ୍କର ମୋବାଇଲ କମ୍ପାନୀଙ୍କୁ । କାରଣ ଆଗାମୀ ପାର୍ଲାମେଣ୍ଟ ଅଧିବେଷନରେ ସରକାର ‘ଇଲେକ୍ଟ୍ରିସିଟି ଆମେଣ୍ଡମେଣ୍ଟ ବିଲ୍‌ ୨୦୨୧’ ଆଣିବାକୁ ଯାଉଛନ୍ତି ।

ଏହି ବିଲ୍‌ ଅନୁଯାୟୀ କମ୍ପାନିଙ୍କୁ ବିଦ୍ୟୁତ ବିତରଣ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥିତ ନିୟମ ଅନୁଯାୟୀ ଯିବାକୁ ପଡ଼ିବ । କମ୍ପାନୀ ଯଦି ଆବଶ୍ୟକୀୟ କ୍ରାଇଟେରିଆ ପୂରଣ କରି ନପାରେ ତେବେ କୌଣସି ମୁହୂର୍ତ୍ତରେ କମିଶନ ତାକୁ ରଦ୍ଦ କରିପାରିବେ । ଏଥିରେ ଗ୍ରାହକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ କମ୍ପାନି ପାଇଁ କେତେକ ରେଷ୍ଟ୍ରିକସନ୍‌ ରହିଛି । ତା’ଛଡ଼ା ବିଦ୍ୟୁତ ଦୋଷୀମାନଙ୍କ ପାଇଁ ବଡ଼ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି ।

Spread the love