ଆଜି ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ ୧୮/୭ : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ଯାଏଁ ଚାଲିବ । ଏଥିରେ ୧୯ ଟି କାର୍ଯ୍ୟ ଦିବସ ରହିଛି ଏବଂ ୧୫ ବିଲ୍ ସଂସଦରେ ଉପସ୍ଥାପିତ ହେବ ।

ସଂସଦ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ବିଲକୁ ଗୃହରେ ପାସ୍ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ବିରୋଧୀ ଟିକାକରଣ, ଚାଷୀ ପ୍ରସଙ୍ଗ । ରାଫେଲ ଭଳି ମୁଦ୍ରାରେ ସରକାରଙ୍କୁ ଘେରିବେ ବୋଲି ସୂଚନା ଦେଇଛନ୍ତି । ସର୍ବଦଳୀୟ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Spread the love