୨୫ରୁ ଆରମ୍ଭ ହେବ ଶ୍ରାବଣ ମାସ

ପବିତ୍ର ଶ୍ରାବଣ ମାସ ଆଗାମୀ ଜୁଲାଇ ୨୫ ତାରିଖ ରବିବାର ଠାରୁ ଆରମ୍ଭ ହେବ। ଜୁଲାଇ ୨୫ ରୁ ଅଗଷ୍ଟ ୨୨ ତାରିଖ ଯାଏଁ ଶ୍ରାବଣ ମାସ ରହିବ। ପବିତ୍ର ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ। ଶ୍ରାବଣ ମାସରେ ଶିବଲିଙ୍ଗରେ ଜଳାଭିଷେକ କଲେ ମନୋସ୍କାମନା ପୂରଣ ହୋଇଥାଏ। ଏହି ମାସରେ ଶ୍ରଦ୍ଧାର ସହ ସଚ୍ଚୋଟ ମନରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ କଷ୍ଟରୁ ମୁକ୍ତି ମିଳିଥାଏ ଓ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ଭାବନା ଶିବଙ୍କ କୃପାରୁ ଶନିଙ୍କ ମହାଦଶାରୁ ମଧ୍ୟ ମୁକ୍ତି ମିଳିଥାଏ। ବର୍ତ୍ତମାନ ମକର, କୁମ୍ଭ, ଧନୁ ରାଶିରେ ଶନିଙ୍କ ସାଢେସାତୀ ଓ ମିଥୁନ, ତୁଳା ରାଶିରେ ଶନିଙ୍କ ଢେୟା ଚାଲିଛି। ଶନିଙ୍କ ସାଢେସାତୀ ଓ ଢେୟାରେ ପୀଡିତ ବ୍ୟକ୍ତିଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ଶନିଙ୍କ ସାଢେସାତୀ ଓ ଢେୟାରୁ ମୁକ୍ତି ପାଇବାକୁ ଭଗବାନ ଶିବଙ୍କୁ ପୂଜା କରିବ ଉଚିତ। ଶ୍ରାବଣ ମାସରେ ପ୍ରତିଦିନ ଶିବ ଚାଳିଶା ପାଠ କରିବ ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ମକର, କୁମ୍ଭ, ଧନୁ, ମିଥୁନ, ତୁଳା ରାଶିର ବ୍ୟକ୍ତି ଶ୍ରାବଣ ମାସରେ ନିୟମିତ ଶିବ ଚାଳିଶା ନିଶ୍ଚୟ ପାଠ କରନ୍ତୁ, ସୁଫଳ ମିଳିବ।

Spread the love