ଅନନ୍ତ ନାରାୟଣ ଜେନାଙ୍କୁ ବୋମାମାଡ

ଭୁବନେଶ୍ୱର ମଧ୍ୟ ବିଜେଡ଼ି ବିଧାୟକ ପ୍ରାର୍ଥୀ  ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମାମାଡ। ବୋମାମାଡ ଫଳରେ ଅନନ୍ତଙ୍କ ମୁଣ୍ଡ ଏବଂ ହାତରେ ଆଘାତ ଲାଗିଥିବା ବେଳେ ସମର୍ଥକଙ୍କ ମଧ୍ୟ ଏଥିରେ ଆଘାତ ପାଇଥିବା ଜଣାପଡ଼ିଛି । ଝାରପଡା କେନାଲ ରୋଡ଼ ରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।

କେହି  ଏକ ବାଇକ ରେ ଆସି ଅନନ୍ତ ଙ୍କ ଉପରକୁ ବୋମାମାଡ଼ କରି ଚାଲିଯାଇଥିବା ନେଇ ସୂଚନା ମିଳିଛି । ଅନନ୍ତ ଏବଂ ତାଙ୍କ ସମର୍ଥକ ଗୁରୁତର ଆହତ ହୋଇଛନ୍ତି । ଏକ ମାରୁତି ୮୦୦ ଗାଡି ରେ ଦଳୀୟ କାମରେ ଯିବା ସମୟରେ ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । 

Spread the love