ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ ୨୪/୦୭ : ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ପକ୍ଷରୁ ICSE  ଦଶମ ଏବଂ ISC ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ cisce.org ଓ୍ବେବସାଇଟ୍‌କୁ ଯାଇ ନିଜର ପରୀକ୍ଷା ଫଳ ଜାଣିପାରିବେ । ICSE ଦଶମରେ ମୋଟ ୯୯.୯୮ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ISC ଦ୍ବାଦଶ ରେ ମୋଟ ୯୯.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଆଇସିଏସ୍‌ଇ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ହାର ରହିଛି ୯୯.୯୮ ପ୍ରତିଶତ । ଆଏସ୍‌ସି ଦ୍ବାଦଶ ଶ୍ରେଣୀରେ ୯୯.୮୬ ପ୍ରତିଶତ ଛାତ୍ର ପାସ କରିଥିବା ବେଳେ ୯୯.୬୬ ଛାତ୍ରୀ ପାସ କରିଛନ୍ତି ।

ଆଇସିଏସ୍‌ଇ ୨୦୨୧ ପାଇଁ ମୋଟ ୧,୧୮,୮୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ମୋଟ ୧,୧୮,୮୧୯ (୯୯.୯୮%) ଛାତ୍ରଛାତ୍ରୀ ପାସ କରିଛନ୍ତି । CISCE ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଓ୍ବେବସାଇଟ୍‌ ଜରିଆରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଏହା ସହିତ SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଦେଖିପାରିବେ ।

Spread the love