ଆଜି ଗୁରୁ ପୂର୍ଣ୍ଣିମାରେ କରନ୍ତୁ ଏହି ମହାଉପାୟ

ଆଜି ଗୁରୁ ପୂର୍ଣ୍ଣିମା। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଗୁରୁଙ୍କ ସମ୍ମାନ ପାଇଁ ଏହି ଉତ୍ସବ ପାଳିତ ହୋଇଥାଏ। ଜ୍ୟୋତିଷଙ୍କ ମୁତାବକ, ଏହି ଦିନ କେତେକ ସ୍ୱତନ୍ତ୍ର କାମ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ। ଏଥିସହ ଆଜିର ଦିନରେ ଆପଣ ଯଦି କେତେକ ମହାଉପାୟ ଆପଣାଇବେ ତେବେ ନିଜ ଏକାଗ୍ରତା ଓ ସ୍ମରଣ ଶକ୍ତିକୁ ମଧ୍ୟ ବୃଦ୍ଧି କରିପାରିବେ।

ଆସନ୍ତୁ ଜାଣିବା କ’ଣ ସେହି ଉପାୟ…
ଯଦି ଆପଣଙ୍କ ପିଲାର ସ୍ମରଣ ଶକ୍ତି କମ୍‌ ଅଛି, ତେବେ ଆଜିର ଦିନରେ କିଛି କେସର ନେଇ ତାହାକୁ ଗଙ୍ଗା ଜଳରେ ଗୋଳେଇ ଦିଅନ୍ତୁ। ଗୁରୁପୂର୍ଣ୍ଣିମା ଠାରୁ ୪୦ ଦିନ ପର୍ଯ୍ୟନ୍ତ ଏହାକୁ ମଥା, କାନ୍ଧ ଓ ନାଭିରେ ଲଗାନ୍ତୁ। ଏଭଳି କଲେ ଏକାଗ୍ରତା ବଢ଼ିବା ସହ ସ୍ମୃତି ଶକ୍ତି ପ୍ରଖର ହେବ।
ବିବାହ ସମ୍ବନ୍ଧୀୟ ସମସ୍ୟା ଥିଲେ, ଗୁରୁ ପୂର୍ଣ୍ଣିମାରେ ଯେକୌଣସି ଲକ୍ଷ୍ମୀ- ନାରାୟଣଙ୍କ ମନ୍ଦିରକୁ ଯାଇ ଦୁଇଟି କଦଳୀ ଦାନ କରନ୍ତୁ। ଏମିତି କଲେ ଶୀଘ୍ର ବିବାହ ହେବ।
ଚାକିରିରେ ସମସ୍ୟା ଥିଲେ ସନ୍ଧ୍ୟାରେ କୌଣସି ଶୂନଶାନ୍‌ ସ୍ଥାନ କିମ୍ବା ପାର୍କକୁ ଯାଇ ଏକ ମୁଦ୍ରା ପୋତି ଦିଅନ୍ତୁ। ପରେ ପଛକୁ ନ ବୁଲି ଏକ ମୁହାଁ ହୋଇ ଘରକୁ ଆସନ୍ତୁ। ଖୁବ୍‌ଶୀଘ୍ର ଚାକିରି ମିଳିବ।
ମାର୍ଗଦର୍ଶନ ମିଳୁନଥିଲେ ଆଜିର ଦିନରେ ନିଜ ଗୁରୁଙ୍କୁ ହଳଦିଆ ରଙ୍ଗର ବସ୍ତ୍ର, ଫୁଲ କିମ୍ବା ହଳଦିଆ ରଙ୍ଗର କିଛି ଗିଫ୍ଟ ଭେଟି ଦିଅନ୍ତୁ।

Spread the love