ଟୋକିଓ ଅଲିମ୍ପିକ୍ସରେ ମେରି କମଙ୍କ ବିଜୟ ଯାତ୍ରା ଆରମ୍ଭ: ପ୍ରି-କ୍ୱାର୍ଟର ଫାଇନାଲରେ ଏଣ୍ଟ୍ରି

ନୂଆଦିଲ୍ଲୀ ୨୫/୦୭ : ଛଅଥର ବିଶ୍ୱ ଚାମ୍ପିଅନ୍ ଏମସି ମେରି କମ (୫୧ କିଲୋଗ୍ରାମ) ରବିବାର ଦିନ ଉଦ୍ଘାଟନୀ ରାଉଣ୍ଡରେ ଡୋମେନିକା ରିପବ୍ଲିକର ମିଗୁଏଲିନା ଫର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ପରାସ୍ତ କରି ଟୋକିଓ ଅଲିମ୍ପିକ୍ ଗେମ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ୨୦୧୨ ଅଲିମ୍ପିକ୍ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ମେରି କମ ନିଜଠାରୁ ୧୫ ବର୍ଷ ଜୁନିୟର ଏବଂ ପାନ ଆମେରିକୀୟ ଗେମ୍ସର ବ୍ରୋଞ୍ଜ ପଦକ ବିଜେତାଙ୍କୁ ୪-୧ ରେ ପରାସ୍ତ କରିଛନ୍ତି।

ମୁକାବିଲା ଆରମ୍ଭରୁ ବହୁତ ରୋମାଞ୍ଚକ ଥିଲା। ମେରି କମ ଆକର୍ଷଣୀୟ କୌଶଳ ପ୍ରଦର୍ଶନ କରିଥିଲେ ଏବଂ ଗାର୍ସିଆଙ୍କୁ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ମେରି କମ ନିଜ ପ୍ରତିଦ୍ୱନ୍ଦୀଙ୍କୁ ପରୀକ୍ଷା କରିବାକୁ ସମୟ ନେଇଥିଲେ କିନ୍ତୁ ପରେ ତୃତୀୟ ରାଉଣ୍ଡର ତିନି ମିନିଟରେ ଆକ୍ରୋଶ ପ୍ରଦର୍ଶନ କରିଥିଲେ। ଗାର୍ସିଆ କିନ୍ତୁ ଦ୍ୱିତୀୟ ରାଉଣ୍ଡରେ କିଛି ପଏଣ୍ଟ ସଂଗ୍ରହ କରିଥିଲେ।

ମେରି କମ୍ ନିଜର ଦମଦାର ରାଇଟ ହୁକ୍ ସହ ପୁରା ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସେ ଗାର୍ସିଆଙ୍କୁ ନିଜ ଆଡକୁ ଯିବାକୁ ଉତ୍ସାହିତ କରିଥିଲେ ଯାହା ଦ୍ୱାରା ତାଙ୍କୁ ସଠିକ୍ ମୁଥ ମାରିବା ପାଇଁ ସୁଯୋଗ ମିଳିଥିଲା। ଡୋମେନିକା ରିପବ୍ଲିକର ବକ୍ସର ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ କିନ୍ତୁ ସେ ଠିକ୍ ଭାବେ ଲଢ଼ି ପାରିନଥିଲେ। ଚାରି ସନ୍ତାନଙ୍କ ମାତା ମେରି କମ୍ ଆଗାମୀ ରାଉଣ୍ଡରେ କଲମ୍ବିଆର ତୃତୀୟ ସିଡ୍ ଇନଗ୍ରିଟ୍ ଭାଲେନ୍ସିୟାଙ୍କ ସହ ଲଢ଼ିବେ ଯିଏ ୨୦୧୬ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା।

Spread the love