ଟୋକିଓ ଅଲିମ୍ପିକ: ଭାରତକୁ ନିରାଶ କଲେ ମୁଷ୍ଟିଯୋଦ୍ଧା ମନୀଷ କୌଶିକ

ଟୋକିଓ: ହକି ଟିମ ପରେ ଏବେ ଭାରତକୁ ନିରାଶ କରିଛନ୍ତି ମୁଷ୍ଟିଯୋଦ୍ଧା ମନୀଷ କୌଶିକ | ଏକ ସଂଘର୍ଷପୂର୍ଣ୍ଣ ଓପନିଂ ରାଉଣ୍ଡ ହାରିଯିବା ପରେ ମନୀଷ କୌଶିକଙ୍କ (୬୩ କିଲୋଗ୍ରାମ) ଗେମ୍ସ ଡେବ୍ୟୁ ନିରାଶାରେ ଶେଷ ହୋଇଛି। କମନୱେଲଥ ଗେମ୍ସର ରୌପ୍ୟ ପଦକ ବିଜେତା ତଥା ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ବିଜେତା ମନୀଷ କଡ଼ା ଟକ୍କର ଦେଇଥିଲେ ମଧ୍ୟ ବ୍ରିଟେନର ଲିୟୁକ ମ୍ୟାକକୋରମାକଙ୍କ ୧-୪ରେ ପରାସ୍ତ ହୋଇଥିଲେ |

ଶେଷ ୩ମିନିଟି ତାଙ୍କୁ ଭାରି ପଡିଥିଲା | ସେ ଜିତିବାର ଅନେକ ପ୍ରୟାସ କରିଥିଲେ ମଧ୍ୟ ମ୍ୟାକକୋରମାକ ବିଜୟୀ ହୋଇଥିଲେ | ତେବେ ମନୀଷ କୌଶିକ ଭାରତକୁ ନିରାଶ କରିଥିଲେ ମଧ୍ୟ ୬ ଥର ବିଶ୍ବ ବିଜୟିନୀ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌ ନିଜର କମାଲ ଦେଖାଇଛନ୍ତି | ଆଜିର ଉଦଘାଟନୀ ରାଉଣ୍ଡରେ ସେ ନିଜ ଠାରୁ ୧୫ବର୍ଷ ସାନ ଡୋମିନିକାନ୍ ରିପବ୍ଲିକର ମିଗୁଏଲିନା ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ କଡ଼ା ଟକ୍କର ଦେଇ ଅଲିମ୍ପିକ୍ ଗେମ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Spread the love