ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ହାଣି ହତ୍ୟା, ଅଭିଯୁକ୍ତ ଫେରାର

ପୁରୀ ୨୫/୭: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା । ୪ ରୁ ୫ଜଣ ଦୁବୃର୍ତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି ବାସେଳୀ ସାହି ଥାନା ଅନ୍ତର୍ଗତ ଓଡିଆ ମଠ ନିକଟର ଜିତେନ୍ଦ୍ର ପୁରୋହିତ । ରବିବାର ସନ୍ଧ୍ୟାରେ ଜିତେନ୍ଦ୍ର ବଡ଼ ପୋଖରୀ ଜାଗାକୁ ଯାଉଥିବା ସମୟରେ ଜାଗା ସମ୍ମୁଖ ଗେଟ ନିକଟରେ ୪ ରୁ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । 

ଖବର ପାଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଜିତେନ୍ଦ୍ରଙ୍କ ପରିବାର ସହିତ ବାସେଳୀ ସାହିର କିଛି ଯୁବକଙ୍କ ସହିତ ପୂର୍ବରୁ ଗଣ୍ଡଗୋଳ ହୋଇଥିବା ବେଳେ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା।

ଏହି କାରଣକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ମୃତ ଜିତେନ୍ଦ୍ରଙ୍କ ପରିବାର ଲୋକେ  ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ବାସେଳୀ ସାହି ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୁତ୍ତମାନେ ଫେରାର ଅଛନ୍ତି। 

Spread the love