Work From Wedding ଭିଡିଓ ଦେଖନ୍ତୁ

ବିବାହ ଋତୁ ଚାଲିଥିବା ବେଳେ ଅନ୍ୟପଟେ କରୋନା ଯୋଗୁ କେତେକ କମ୍ପାନୀ ଓ୍ଵାର୍କ ଫ୍ରମ୍‌ ହୋମ୍‌ କରାଉଛନ୍ତି। ତେବେ ଥରେ ଚିନ୍ତା କରନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ବିବାହ ଥିବ ଆଉ ତାଙ୍କୁ ଛୁଟି ମିଳୁନଥିବ ତେବେ ସେ କେମିତି ଓ୍ଵାର୍କ ଫ୍ରମ୍‌ ହୋମ୍‌ କରୁଥିବେ! ଏବେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ବର ମଣ୍ଡପରେ ବସି ଲାପ୍‌ଟପ୍‌ରେ କାମ କରୁଥିବା ନଜର ଆସିଛି।ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ୟୁଜର ଏହି ପୋଷ୍ଟ କରି ଲେଖିଛନ୍ତି- ବର କାମ କରୁଛି ଆଉ କନ୍ୟା ହସୁଛି। ୨୦୨୧ରେ ଆପଣଙ୍କୁ ସ୍ୱାଗତ। ତେବେ ଭିଡିଓଟି ଭାଇରାଲ ହେବା ପରେ ଲୋକେ ଏହାକୁ ଓ୍ଵାର୍କ ଫ୍ରମ୍‌ ହୋମ୍‌ ବଦଳରେ ଓ୍ଵାର୍କ ଫ୍ରମ୍‌ ୱେଡିଂ ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ବର ମଣ୍ଡପରେ ବସି ଲ୍ୟାପଟପ୍‌ରେ କାମ କରୁଛନ୍ତି। ତାଙ୍କ ସାମ୍ନାରେ ବ୍ରାହ୍ମଣ ମନ୍ତ୍ର ପଢ଼ୁଛନ୍ତି। କିନ୍ତୁ ସେ ନିଜ କାମରେ ବ୍ୟସ୍ତ ଥିବା ନଜର ଆସୁଛନ୍ତି। ପ୍ରଥମେ ସେ କାମ ସାରିଲେ ତା’ ପରେ ବିବାହ କର୍ମ ପ୍ରତି ଦୃଷ୍ଟି ଦେଲେ। କିଛି ଦୂରରେ କନ୍ୟା ବସି ବରର ଗତିବିଧିକୁ ଦେଖି ହସୁଛନ୍ତି। ଇଣ୍ଟରନେଟ୍‌ରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Spread the love