ବନ୍ୟାରେ ମହାରାଷ୍ଟ୍ର ସ୍ଥିତି ବେହାଲ, ଉଦ୍ଧାର ଲାଗି ଓଡିଶାରୁ ଯାଇଛନ୍ତି ୮ଟି NDRF ଟିମ୍

ଭୁବନେଶ୍ୱର ୨୬।୦୭: ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାର ମୁକାବିଲା ଲାଗି ଓଡିଶାରୁ ଯାଇଛନ୍ତି NDRF ଟିମ୍‌ । ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି NDRF ଟିମ୍‌ ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ମହାରାଷ୍ଟ୍ର ବର୍ଷା ଲାଗିରହିଛି । ଯାହାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଅନେକ ଲୋକ ଫସିରହିଛନ୍ତି । ତେବେ ଏହି ବନ୍ୟାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ଓଡିଶାରୁ ମହାରାଷ୍ଟ୍ର ଯାଇଛି NDRF ଟିମ୍‌ । ସେଠାରେ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ NDRF ଟିମ୍‌ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି । ଗତ ଶୁକ୍ରବାର ୩ ଟି ସ୍ବତନ୍ତ୍ର ବିମାନ ଯୋଗେ ୮ ଟି NDRF ଟିମ ପୁନେ ଯାଇଛନ୍ତି । ସେଥିମଧ୍ୟରୁ ୪ଟି ଟିମ ପୁନେରେ ମୁତୟନ ଅଛନ୍ତି  । 

Spread the love