ମାଷ୍ଟର କ୍ୟାଣ୍ଟିନ ଛକରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୨ ଗୁରତର

ଭୁବନେଶ୍ବର ୨୬।୭: ରାଜଧାନୀରେ ଚାଞ୍ଚଲ୍ୟ । ପୁଣି ଆତଙ୍କରାଜ ଚଳାଇଲେ ଦୁର୍ବୃତ୍ତ । ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇ ଯୁବକଙ୍କୁ ଅତି ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ କଦଳୀ ଗୋଦାମ ଅଞ୍ଚଳରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇ ଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ । ଫଳରେ ଉଭୟ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁଇ ଯୁବକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀର ରାଜରାସ୍ତା । ବିଭିନ୍ନ ସମୟରେ ହତ୍ୟା, ମରଣାନ୍ତକ ଆକ୍ରମଣ, ରାହାଜାନୀ, ଲୁଟ୍ ଆଦି ଘଟଣାମାନ ଘଟିଯାଉଛି । ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଏସବୁ ଘଟଣାମାନ ଘଟାଉଛନ୍ତି । ଅକାରଣରେ ଅନେକଙ୍କ ଜୀବନ ଯାଉଛି । ନିକଟରେ ଏମିତି ଅନେକ ଘଟଣା ଘଟିଥିବା ନଜିର ରହିଛି । ନିକଟରେ ସିଆରପି ଛକରେ ଜଣେ ଯୁବକଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣି ହତ୍ୟା କରିଥିଲେ ।

Spread the love