ଟୋକିଓରୁ ଭାରତ ଫେରିଲେ ମିରାବାଇ, ବିମାନବନ୍ଦରରେ ହେଲା ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଟୋକିଓରୁ ଫେରିଲେ ମିରାବାଇ । ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ମିରାବାଇ ଚାନୁ ଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ୪୯ କେଜି ବର୍ଗରେ ଭାରଉତ୍ତୋଳନରେ ମିରା ବାଇ ଚାନୁ ରୌପ୍ୟ ପଦକ ହାସଲ କରିଛନ୍ତି । ଅଲମ୍ପିକ୍ସ ୨୦୨୦ରେ ସେ ଭାରତ ପାଇଁ ଗୌରବ ଆଣିଛନ୍ତି । ତାଙ୍କ ପାଇଁ ପଦକ ଜିତିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି । ତେବେ ତାଙ୍କର ଏହି ରୌପ୍ୟ ପଦକ ସୁନାରେ ମଧ୍ୟ ପରିଣତ ହୋଇପାରେ । କାରଣ ମୀରାବାଇଙ୍କ ପ୍ରତିଦ୍ୱନ୍ଦି ଚାଇନାର ହୋ ଝିଓଝି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କ ଉପରେ ଡୋପ ଟେଷ୍ଟ କରାଯିବ । ଯଦି ସେ ଏଥିରେ ଫେଲ ହେଉଛନ୍ତି ତାଙ୍କ ପାଖରୁ ସ୍ୱର୍ଣ୍ଣ ପଦକ ଫେରାଇ ଅଣାଯିବ । ଏହାକୁ ମୀରାବାଇ ଚାନୁଙ୍କୁ ଦିଆଯିବ । ପୂର୍ବରୁ ମଧ୍ୟ ଅଲମ୍ପିକ୍ସରେ ଏଭଳି ଡୋପ ଟେଷ୍ଟ କରାଯାଇଛି ।

Spread the love