ପୁଣି ସାମ୍ନାକୁ ଆସିଲା ବିଦ୍ୟାଙ୍କ ହେଟ ଲେଟର-୪, ‘ଛିଃ ଛିଃ କେମିତି ଜୀବନ’ ବୋଲି ଉଲ୍ଲେଖ ରହିଛି

ପୁଣି ସାମ୍ନାକୁ ଆସିଲା ବିଦ୍ୟାଙ୍କ ହେଟ ଲେଟର-୪। ପୂରା ଚିଠିରେ ନିରାଶା ହିଁ ନିରାଶା ରହିଥିବା ଦେଖିବାକୁ ମିଳିଛି । ନିଜ ଜୀବନ ପ୍ରତି ତାଙ୍କର ନିରାଶ ଭାବ ଆସିଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ ତାଙ୍କ ଜୀବନରେ କେବେ ନା କେବେ ସୁଖ ଆସିବ ବୋଲି ଲେଖିଛନ୍ତି ମୃତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ। ଯେତେ ଦଣ୍ଡ ସବୁ ଲେଖିଛନ୍ତି ଭଗବାନ ସବୁ ତତେ ହିଁ ଭୋଗିବାକୁ ପଡିବ, ସେଥିପାଇଁ ଅଭିଯୋଗ କରିବା ବନ୍ଦ କରିଦେ ବୋଲି ଚିଠିରେ ଲେଖାଯାଇଛି। ଯେତେ ଯାହା କଲେ ବି ସବୁ ତ ଭାଗ୍ୟ। ଜୀବନକୁ ନେଇ ଖାଲି ଅନୁତାପ ଆସୁଛି। ଏତେ କଣ ପାପ କରିଥିଲି ଯେ, ମୋ ଜୀବନଟା ପୁରା ଅନ୍ଧକାରମୟ ହୋଇଗଲା। ଏଇ କେତେଦିନ ଭିତରେ ମୁଁ ପୁରା ଡାଉନ ଫିଲ୍‌ କରିସାରିଲିଣି। ଛିଃ ଛିଃ କେମିତି ଜୀବନ ବୋଲି ମୋର ଚିଠିରେ ଉଲ୍ଲେଖ ରହିଛି। ହେଲେ ଚିଠିରେ କୌଣସି ତାରିଖ ନାହିଁ ।

Spread the love