ବିବାହ କରିବାକୁ ଜିଦ କରିବାରୁ ପ୍ରେମିକାକୁ ଜିଅନ୍ତା ଜାଳିଲା ପ୍ରେମିକ

ବ୍ରହ୍ମପୁର(ସତ୍ୟଦ୍ରଷ୍ଟା): ଜଘନ୍ୟ। ବିବାହ କରିବାକୁ ଜିଦ୍‌ ଧରିବାରୁ ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ପୋଲସରା ଥାନା ଅନ୍ତର୍ଗତ ଜଳମ୍ବ ଗାଁର ପ୍ରସାନ୍ତ ଖାଡଙ୍ଗାଙ୍କ ଝିଅ ସୁସ୍ମିତାଙ୍କ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗାଁର କୃଷ୍ଣ ଚନ୍ଦ୍ର ସାହୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ। ଗତକାଲି ସୁସ୍ମିତା ଗାଁର ଏକ ପରିତ୍ୟକ୍ତ କାରଖାନା ନିକଟରେ କୃଷ୍ଣଙ୍କୁ ଫୋନ୍‌ କରି ଡକାଇଥିଲେ। କୃଷ୍ଣ ସେଠାରେ ପହଞ୍ଚିବାପରେ ସୁସ୍ମିତା ବିବାହ କରିବାକୁ ଜିଦ କରିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ପ୍ରେମିକ କୃଷ୍ଣଚନ୍ଦ୍ର ଉତ୍ୟକ୍ତ ହୋଇ ପ୍ରେମିକା ସୁସ୍ମିତାଙ୍କ ଉପରେ ସ୍ପିରଟ୍‌ ଢାଳି ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ।
କାରାଖାନା ନିକଟରେ କେହି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କୃଷ୍ଣଚନ୍ଦ୍ର ଖସିଯିବାକୁ ଉଦ୍ୟମ କରିବାବେଳେ ପୋଲିସ ଗିରଫ କରି ତଦନ୍ତ କରୁଛି।

Spread the love