ଭାରତର ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକଙ୍କ ପରଲୋକ

ନୂଆଦିଲ୍ଲୀ ୨୮/୭ : ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ । ସେ ୮୮ ବର୍ଷ ବୟସରେ ଦୁନିଆରୁ ନେଇଛନ୍ତି ବିଦାୟ । ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ନନ୍ଦୁ ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ସେ ୧୯୫୬ ମସିହାରେ ଏହି ସଫଳତା ହାସଲ କରିଥିଲେ । ତାଙ୍କ ମୃତ୍ୟୁ ପରେ କ୍ରୀଡ଼ା ଜଗତରେ ଶୋକର ଲହରୀ ଖେଳିଯାଇଛି । ନନ୍ଦୁ ନାଟେକର ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟରରେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ।

ଏହା ବ୍ୟତୀତ ସେ ୬ ଥର ଜାତୀୟ ଚାମ୍ପିୟନଶିପ ଟାଇଟଲ ଜିତିଥିଲେ । ତାଙ୍କୁ ୧୯୬୧ମସିହାରେ ଅର୍ଜୁନ ପୁରସ୍କାର ପାଇଥିଲେ । ସେ ଏହି ପୁରସ୍କାର ଗ୍ରହଣ କରିଥିବା ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ନନ୍ଦୁ ପ୍ରଥମ କ୍ରିକେଟର ହେବାକୁ ଚାହୁଁଥିଲେ । ଏଥିପାଇଁ ସେ କ୍ରିକେଟ୍ ମଧ୍ୟ ଖେଳିଥିଲେ । କିନ୍ତୁ ତାଙ୍କ ମନ କ୍ରିକେଟ୍ ରେ ନଥିଲା । ଏହା ପରେ ନନ୍ଦୁ ବ୍ୟାଡମିଣ୍ଟନ ପ୍ରତି ଧ୍ୟାନ ଦେଇଥିଲେ । ଏହା ପରେ ସେ ବ୍ୟାଡମିଣ୍ଟନରେ ଏକ ନୂତନ ସ୍ଥାନ ହାସଲ କରିଥିଲେ ।

Spread the love