ପରିବହନ ବିଭାଗର ଖାମଖିଆଲି : ପାଟଣାରେ ଥିଲା ଗାଡି, ଭୁବନେଶ୍ବରରେ କଟିଲା ଚାଲାଣ

ପାଟଣା ୩୧।୭: କେନ୍ଦୁଝର ପାଟଣାରେ ଗାଡି, ଭୁବନେଶ୍ବରରେ କଟିଲା ୭ ହଜାର ଟଙ୍କା ଇ-ଚାଲାଣ । ଏ ନେଇ ଖବର ପ୍ରସାରଣ ପରେ ଇ-ଚାଲାଣରେ ଗାଡି ନମ୍ବରକୁ ବଦଳାଇଛି ଭୁବନେଶ୍ବର  ଆଞ୍ଚଳିକ ପରିବହନ ବିଭାଗ । ଓଡି୦୫ଏଏକ୍ସ୫୦୮୨  ଗାଡି ନମ୍ବର ପରିବର୍ତ୍ତେ  ଓଡି୦୨ଏଏକ୍ସ୫୦୮୨ ନମ୍ବର ଗାଡିର ଇ-ଚାଲାଣ ମାଧ୍ୟମରେ ୭ ହଜାର ଟଙ୍କା ଜରିମନାର କରାଯାଇଥିଲା ।  ବିନା ଲାଇସେନ୍ସରେ ଗାଡି ଚାଳନା ପାଇଁ ଦୁଇ ହଜାର ଏବଂ ଅଧିକ ସ୍ପିଡ଼ ରେ ଗାଡି ଚଳାଇବା ପାଇଁ ୫ ହଜାର ଟଙ୍କାର ଇ-ଚଲାଣ ନାଲି ରଙ୍ଗର ହୁଣ୍ଡାଇ  ଆଇ-୨୦ କାର୍ ବ୍ୟବହାର କରୁଥିବା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଲକ୍ଷ୍ମଣ ମହାନ୍ତିଙ୍କ  ନିକଟକୁ ଆସିଥିଲା । ତାଙ୍କ ଗାଡି  ଭୁବନେଶ୍ବର ଯାଇନଥିବା ଅଭିଯୋଗ ଆଣି ଇ-ମେଲ୍ ଓ ଟ୍ବିଟର ମାଧ୍ୟମରେ ଭୁବନେଶ୍ବର ପରିବହନ ବିଭାଗକୁ ଜଣାଇଥିଲେ ।

ଏ ଖବର ନ୍ୟୁଜ ୭ ରେ ଖବର ପ୍ରସାରଣ ପରେ ଉକ୍ତ ଚାଲାଣ ନମ୍ବରରୁ ତରବରିଆ ଭାବେ ଭୁବନେଶ୍ବର ପରିବହନ ବିଭାଗ ଗାଡି ନମ୍ବରକୁ ବଦଳାଇ ଦେଇଛି । ହେଲେ ଚାଲାଣରେ ଡାକ୍ତରଙ୍କ କକା ଗୋକୁଳ ମହାନ୍ତିଙ୍କ ନାମରେ ଥିବା ମୋବାଇଲ ନମ୍ବର ଓ ଚେଚିସ ନମ୍ବରକୁ ବଦଳାଇନି ପରିବହନ ବିଭାଗ । ଯାହା କି ପରିବହନ ବିଭାଗର ସ୍ଵଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ।

ଏହି ଘଟଣା ଏବେ ପାଟଣା ଅଞ୍ଚଳରେ ଚର୍ଚ୍ଚାର କାରଣ ହୋଇଥିବା ବେଳେ ଇ-ଚାଲାଣରେ ବଦଳାଇଥିବା ନମ୍ବରର ଗାଡି ସେ ଭୁଲ୍ କରିଥିଲା କି ନାହିଁ ପ୍ରଶ୍ନ ଉଠୁଛି। ଗୁରୁବାର ସନ୍ଧ୍ୟାରେ ଡାକ୍ତରଙ୍କ ନମ୍ବରର ଗାଡି ଭୁବନେଶ୍ବର ସିଆରପି ସ୍କୋୟାର ଫ୍ଲାଇ ଓଭରରେ ଗାଡି ଚାଳନାରେ ଭୁଲ ଯୋଗୁଁ ୭ ହଜାର ଟଙ୍କା ଇ-ଚାଲାଣ କାଟିଥିଲା । ଦାଇତ୍ବରେ ଥିବା ଓ ଏମଭିଡି କନେଷ୍ଟବଳ ସାଗରିକା ଓ ସନ୍ତୋଷ ସାକ୍ଷୀ ଥାଇ ମଧ୍ୟ  କିପରି ଭୁଲ୍ ନମ୍ବରରେ ଇ ଚାଲାଣ ଉଭୟ କଟିଲେ ତାହା ତଦନ୍ତ ପାଇଁ ଦାବି ହୋଇଥିବା ବେଳେ ତାଙ୍କର ସମାନ୍ୟ ଭୁଲ ପାଇଁ ପୂର୍ବରୁ ଅନେକ ଗାଡି ମାଲିକ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହୋଇଥିବା ସନ୍ଦେହ କରାଯାଉଛି। ଏହାର ଉପଯୁକ୍ତ ତଦନ୍ତ ପାଇଁ ଡାକ୍ତର ଲକ୍ଷ୍ମଣ ମହାନ୍ତ ଦାବି କରିଛନ୍ତି । ଏଥିସହ ଇ-ଚାଲାଣରେ ଗାଡିର ଫଟୋ ରହୁଥିବା ବେଳେ ଏହି ଇ-ଚାଲାଣରେ ଗାଡିର ଫଟୋ ନଥିବାରୁ ପରିବହନ ବିଭାଗର ଭୂମିକା ସନ୍ଦେହ ଘେରରେ ରହୁଛି । ମୋଟା ଅଙ୍କର ଫାଇନ ଆଦାୟ କରି ଭୁଲ୍ କରି ନଥିବା ଗାଡି ଉପରେ ଜରିମନା ଆଦାୟ କରି ଉପରିସ୍ଥ କର୍ମଚାରୀଙ୍କ ନିକଟରେ ବାଃ ବାଃ ନେବାକୁ ଏପରି ଭୁଲ କରୁ ନାହାନ୍ତି ତ କର୍ମଚାରୀ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Spread the love