ଭାରତକୁ ଝଟକା : ସେମିରେ ହାରିଲା ପୁରୁଷ ହକି ଦଳ, ଫାଇନାଲରେ ବେଲଜିୟମ୍

ଜାପାନ ୦୩/୦୮: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିନରେ ଭାରତକୁ ଲାଗିଛି ଝଟକା । ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ । ସେମି ଫାଇନାଲ ମୁକାବିଲାରେ କଡ୍ଡା ଟକ୍କର ସତ୍ତ୍ୱେ ହାରିଛି ଭାରତୀୟ ହକି ଦଳ ।

ବେଲଜିୟମଠୁ ୫-୨ ହାରିଛି ଭାରତୀୟ ଦଳ । ଏଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ବିଶ୍ୱ ଚମ୍ପିଆନ୍‌ ବେଲଜିୟମ୍‌ ଦଳ ଭାରତକୁ ମାତ୍‌ ଦେଇ ଟୋକିଓ ଅଲିମ୍ପିକ୍ସର ଫାଇନାଲକୁ ପ୍ରେବଶ କରିଛି ।ସେପଟେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଦଳର ପରାଜୟ ପରେ ଭାରତୀୟ ଦଳର ମନୋବଳକୁ ବଢାଇଛନ୍ତି । ସେ କହିଛନ୍ତି ହାର ଜିତର କୌଣସି ମୂଲ୍ୟ ନାହିଁ । ଆଗାମୀ ମ୍ୟାଚ ପାଇଁ ନିଜର ଚେଷ୍ଟା ଜାରି ରଖିବାକୁ ସେ ଶୁଭକାମନା ଜଣାଇଛନ୍ତି ।

Spread the love