ମହିଳା ଅଲମ୍ପିକ ଖେଳାଳିମାନଙ୍କର ଅସୀମ ସାମର୍ଥ୍ୟକୁ ପ୍ରଶଂସା କଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର,୩/୮: ଟୋକିଓ ଅଲମ୍ପିକ ୨୦୨୦ରେ କ୍ରୀଡାଜଗତର ୧୨୭ ଜଣ ଖେଳାଳି ଭାରତକୁ ପ୍ରତିନିଧିତ୍ୱ କରି ଦେଶ ପାଇଁ ଏକ ବିଶାଳ ଏବଂ ନୂତନ ସମ୍ବାବ୍ୟ ଆଣିବାକୁ ଯାଉଛନ୍ତି । ଭାରତକୁ ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ୪ଜଣ ମହିଳା ଖେଳାଳି ମୀରାବାଇ ଚାନୁ, ସାକ୍ଷୀ ମଲ୍ଲିକ, ପି.ଭି ସିନ୍ଧୁ ଏବଂ ଲୋଭଲିନା ବୋର୍ଗୋହେନ ବିଶ୍ୱ ଦରବାରରେ ଭାରତକୁଗୌରବାନ୍ୱିତ କରୁଛନ୍ତି। ଏହି ମହିଳା ଅଲମ୍ପିକ ଖେଳାଳିମାନଙ୍କର ଅସୀମ ସାମର୍ଥ୍ୟକୁ ଭାରତୀୟ ଜନତାପାର୍ଟି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ସ୍ମୃତି ପଟ୍ଟନାୟକ ପ୍ରଶଂସା କରିବା ସହ ସେମାନଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ।
ପଟ୍ଟନାୟକ କହିଛନ୍ତି ଯେ, ଭାରତ ସ୍ୱାଧୀନ ହେବା ୭୦ବର୍ଷ ମଧ୍ୟରେ ମହିଳା ଖେଳାଳିଙ୍କୁ ଯେଉଁ ପ୍ରୋତ୍ସାହନ, ସାହାର୍ଯ୍ୟ ଓ ସହଯୋଗ ମିଳିବା କଥା ତାହା ମିଳି ପାରିନଥିଲା । ତେଣୁ ଭାରତୀୟ ମହିଳା ଖେଳାଳି ମାନେ ବିଶ୍ୱ ଦରବାରରେ ନିଜ ଦକ୍ଷତାକୁ ସମ୍ପୂର୍ଣ୍ଣ ଭାବେ ରଖି ପାରିନଥିଲେ। ମୋଦୀ ସରକାରରେ ମହିଳା ସଶକ୍ତିକରଣ ଅଭିଯାନ ଅନ୍ତର୍ଗତ ଭାରତବର୍ଷରେ ମହିଳାଙ୍କ ପ୍ରତ୍ୟେକ ଦିଗକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ସଶକ୍ତ କରିବାରେ ଉଦ୍ୟମ କରାଯାଇଛି । ସେହିପରି ନିଜ ମନ୍ତ୍ରୀମଣ୍ଡଳରେ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ସାମିଲ କରି ମହିଳାଙ୍କୁ ସମ୍ମାନିତ କରିବା ସହିତ ମହିଳା ଖେଳାଳିଙ୍କୁ ଯଥେଷ୍ଟ ପ୍ରୋତ୍ସାହନ ଦେଇଥିବାରୁ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love